ଦେଖନ୍ତୁ ଭିଡ଼ିଓ: ଏହି କାରଣରୁ ପୋଲିସ କିନ୍ନର ମୁହାଁମୁହିଁ, ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏହି ଭିଡ଼ିଓ

 
Police kinnar fight

ବିଳମ୍ବିତ ରାତିରେ ରାଜରାସ୍ତାରେ ମୁହାଁମୁହିଁ ହେଲେ ପୋଲିସ ଓ କିନ୍ନର। ବୁଧବାର ବିଳମ୍ବିତ ରାତିରେ ପୁରୀରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କୌଣସି ଏକ କାରଣରୁ ପୋଲିସ କିନ୍ନର ମାନଙ୍କୁ ଅଟକ ରଖିଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ହତାହାତି ହୋଇଥିଲା। ଏହି ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାଇ ପୋଲିସ କୌଣସି ଏକ କାରଣ ହେତୁ କିନ୍ନର ମାନଙ୍କୁ ଅଟକ ରଖିଥିଲା। କିନ୍ତୁ, କୌଣସି ନିର୍ଦ୍ଧିଷ୍ଠ କାରଣ ନ ଥାଇ ସେମାନଙ୍କୁ ପୋଲିସ ଅଟକାଇ ଥିବା ଦର୍ଶାଇ କିନ୍ନରମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ପୋଲିସ ସହିତ ଯୁକ୍ତିତର୍କ ହେବା ସହ ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ହତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଏହି ମାରପିଟରେ ଉଭୟେ କିନ୍ନର ଓ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ କିନ୍ନର ମାନଙ୍କୁ ସମୁଦ୍ରକୂଳ ପୋଲିସ ଅଟକ ରଖିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।