ଦେଖନ୍ତୁ ଭିଡ଼ିଓ: ମନ୍ଦିର ଭିତରେ ବିଭୀଷିକା ରଚିଲା ହାତୀ, ମାହୁଁତଙ୍କୁ ଟେକି ଫୋପାଡ଼ି ଦେଉଥିବାର ଦୃଶ୍ୟ ହେଲା ଭାଇରାଲ….

 
Elephant attack

ଗୁରୁବାର ଦିନ ଥିରୁଭିଲୱାମାଲା ଭିଲୱାଦ୍ରିନଥା ମନ୍ଦିରରେ ଏକ ହାତୀ ହିଂସାତ୍ମକ ରୂପ ନେଇଥିଲା ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ହାତୀ ଉପରେ ବସିଥିବା ବ୍ୟକ୍ତି ଜଣକ ତଳେ ପଡ଼ିଯାଇ ସାମାନ୍ୟ ଆହତ ହୋଇଛନ୍ତି। ତଳେ ପଡ଼ିଯିବା ପରେ ହାତୀଟି ତାଙ୍କୁ ଦଳି ଦେବାକୁ ଚେଷ୍ଟା କରିଥିଲା ଯେଉଁଥିରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ମନ୍ଦିର କର୍ମଚାରୀ କୁନିସେରୀ ସ୍ୱାମୀନାଥନ୍ ହାତୀ ଉପରେ ବସିଥିବା ବେଳେ ପାନଚେରୀ ପରମେଶ୍ୱରମ୍ ନାମକ ହାତୀଟି ନିଜ ଶରୀରକୁ ଜୋରେ ହଲାଇବାକୁ ଲାଗିଥିଲା ଯାହାଫଳରେ ସ୍ୱାମୀନାଥନ ତଳେ ପଡ଼ିଯାଇଥିଲେ।

ମନ୍ଦିରରେ ‘କାଜା ସେଭେଲି’ ନାମକ ରୀତିନୀତି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଅଘଟଣା ଘଟିଥିଲା। କେରଳର ମନ୍ଦିର ଗୁଡ଼ିକରେ ପ୍ରାର୍ଥନା ରୀତିନୀତିରେ ହାତୀମାନେ ଅଂଶଗ୍ରହଣ କରିଥାନ୍ତି। ସାମାନ୍ୟ ଆଘାତ ପାଇବା ପରେ ମାହୁନ୍ତ ସ୍ୱାମୀନାଥନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଉଦ୍ୟମ ପରେ ହାତୀ ଧରାଳି ଏବଂ ଜଙ୍ଗଲ ବିଭାଗ ଅଧିକାରୀମାନେ ଉକ୍ତ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲେ।