ଦେଖନ୍ତୁ ଭିଡ଼ିଓ: ବାଣ ନେଇ ଘରକୁ ଫେରୁଥିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ, ଚାଲିଗଲା ବାପ-ପୁଅଙ୍କ ଜୀବନ

 
Accident

ଦୀପାବଳିରେ ଘରକୁ ବାଣ ନେଇ ଯାଉଥିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ। ଘଟଣାସ୍ଥଳରେ ଚାଲିଗଲା ବାପ ପୁଅଙ୍କ ଜୀବନ, ଏହିଭଳି ଏକ ଅଭାବନୀୟ ଏବଂ ଦୁଃଖଦାୟକ ଘଟଣା ପୁଡୁଚେରି ଠାରେ ଘଟିଯାଇଛି। ଏହି ଦୁର୍ଘଟଣାର ପୁରା ଦୃଶ୍ୟ ସିସିଟିଭିରେ ରେକର୍ଡ଼ ହୋଇଥିବା ବେଳେ ଏହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Cracker mishap

ମିଳିଥିବା ସୂଚନା ଅନୁଯାଇ ପୁଡୁଚେରୀ ନିବାସୀ କାଲାଇ ଆର୍ସାନ୍ ତାଙ୍କ ୭ ବର୍ଷର ପୁଅ ପ୍ରଦୀପ ସହ ବାଣ ନେଇ ସ୍କୁଟର ଯୋଗେ ଫେରୁଥିଲେ। ରାସ୍ତାରେ ଯାଉଥିବା ସମୟରେ ହଠାତ ଏକ ବିସ୍ଫୋରଣ ହୋଇଥିଲା, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସ୍କୁଟର ସହିତ ବାପା ଓ ପୁଅ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଏହି ଦୁର୍ଘଟଣାରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଥିଲେ। ଦେଖନ୍ତୁ ଭିଡ଼ିଓ:-

ତେବେ, ଏହି ଦୁର୍ଘଟଣା ପାଇଁ ଦେଶୀ ବାଣ ଗୁଡିକୁ ଦାୟୀ କରାଯାଇଛି। ନିୟମ ବିରୁଦ୍ଧ ଥିବା ଏହି ଦେଶୀ ବାଣ ଗୁଡିକରେ ଅତ୍ୟଧିକ ମାତ୍ରାର ବାରୁଦ ଦିଆ ଯାଇଥିବାରୁ କେତେକ ସମୟରେ ଏଗୁଡିକ ଏହିପରି ଭାବରେ ବିସ୍ଫୋରଣ ହୋଇଥାଏ। ଘଟଣା ଦିନ ସେମାନେ ବାଣକୁ ସ୍କୁଟର ଆଗରେ ରଖିଥିଲେ ଯେଉଁଥିପାଇଁ ସେଥିରେ ସ୍ପାର୍କ ହୋଇ ଏପରି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି।

From around the web