ପଦାରେ ପଡିଲା ଘର କଳି, ଛାଡ଼ପତ୍ର ପାଇଁ କୋର୍ଟ ବାହାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଭୟଙ୍କର ମାରପିଟ୍, ଦେଖନ୍ତୁ ଭିଡ଼ିଓ

 
Swami stree

ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ହୋଇଥିଲା ବିବାଦ ଯେଉଁଥିପାଇଁ ସ୍ତ୍ରୀକୁ ଛାଡ଼ପତ୍ର ନୋଟିସ ପଠାଇଥିଲେ ଏହି ବ୍ୟକ୍ତି। ଦମ୍ପତି ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ହେଁ ସେଠାରେ କୌଣସି ସମାଧାନ ହୋଇନଥିଲା। ତେବେ ଅଦାଲତ ବାହାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଓ ପରେ ଏହା ମାରପିଟର ରୂପ ନେଇଥିଲା। ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Fight

ଘଟଣାଟି ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ଏଠାକାର ଫ୍ୟାମିଲି କୋର୍ଟ ବାହାରେ ଦମ୍ପତି ବଡ଼ିଆପିଟା ହେଉଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାଇ ବ୍ୟକ୍ତି ଜଣକ ୪ ବର୍ଷ ତଳେ ବିବାହ କରିଥିଲେ। ଦମ୍ପତ୍ତିଙ୍କର ଏକ ୨ ବର୍ଷର ସନ୍ତାନ ରହିଥିବା ବେଳେ ବ୍ୟକ୍ତି ଜଣକ ସ୍ତ୍ରୀ ଓ ପିଲାର ଯତ୍ନ ନେଉନଥିବା କୁହାଯାଉଛି।

Swami stree

ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ତାଙ୍କୁ ମାରପିଟ କରୁଥିବା ଏବଂ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ବ୍ୟକ୍ତି ଜଣକ ଛାଡ଼ପତ୍ର ଆବେଦନ କରିଥିଲେ। ଗତକାଲି ଉଭୟେ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ହେଁ ସେଠାରେ କୌଣସି ସମାଧାନ ହୋଇ ପାରିନଥିଲା। କିନ୍ତୁ, ଅଦାଲତ ବାହାରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ବ୍ୟକ୍ତି ଜଣକ ସ୍ତ୍ରୀକୁ ଚପୁଡ଼ା ମାରିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ସାହାଯ୍ୟରେ ସ୍ତ୍ରୀ ସ୍ୱାମୀକୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡ଼ିଓ:-