ଦେଖନ୍ତୁ ଭିଡ଼ିଓ: ପାଣି ପରି ପ୍ରବାହିତ ହେଉଛି ମେଘ (Cloud), ନିଶ୍ଚିତ ଦେଖନ୍ତୁ ପ୍ରକୃତିର ଏଭଳି ବିରଳ ଦୃଶ୍ୟ...

 
Cloud fall

ଆମେ ବିଭିନ୍ନ ସମୟରେ ଅନେକ ଜଳପ୍ରପାତ, ନଦୀ ଓ ଝରଣା ଗୁଡିକୁ ବୁଲିବାକୁ ଯାଇ ସେଠାକାର ମନୋରମ ଦୃଶ୍ୟକୁ ଉପଭୋଗ କରିଥାଉ। କିନ୍ତୁ, ଆପଣ କେବେ ବି "କ୍ଲାଉଡ଼ ଫଲ୍" ର ନାଁ ଶୁଣିଛନ୍ତି କି? ପ୍ରକୃତରେ ଝରଣା ପରି ଦେଖାଯାଉଥିବା ଏହି ପ୍ରପାତରେ ପାଣି ସ୍ଥାନରେ ବାଦଲ ବୋହୁଥିବାର ଦେଖିବାକୁ ମିଳୁଛି।

ମିଜୋରାମ୍‌ର ଏଜାବଲ ଅଞ୍ଚଳରେ ଏହିପରି ଏକ ମନୋରମ ଏବଂ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ, ଏହି ଦୃଶ୍ୟ ସବୁବେଳେ ଦେଖିବାକୁ ମିଳିନଥାଏ କେବଳ ପରିବେଶର କିଛି ପରିବର୍ତ୍ତନ ହେଲେ ଅଳ୍ପ କେତୋଟି ସ୍ଥାନରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ। ଦେଖନ୍ତୁ ଭିଡ଼ିଓ:-


କିଛି ଦିନ ତଳେ ମିଜୋରାମରେ ଏହି "କ୍ଲାଉଡ଼ ଫଲ୍" ଦେଖିବାକୁ ମିଳିଥିଲା। ତେବେ ପ୍ରକୃତିର ଏହି ଦିବ୍ୟ ସୌନ୍ଦର୍ଯ୍ୟର ଏକ ଭିଡ଼ିଓ 'ଦ ବେଟର ଇଣ୍ଡିଆ' ନାମକ ଏକ ଟ୍ୱିଟର ପେଜ୍ ଦ୍ୱାରା ସେୟାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓରେ ୨୯.୯ ହଜ଼ାରରୁ ଅଧିକ ଭିୟୁ ଆସିସାରିଛି।