ଦେଖନ୍ତୁ ଭିଡ଼ିଓ: ପିପିଇ କିଟ୍ ପିନ୍ଧି ବରଯାତ୍ରୀ ରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର୍, ପଚରା ଯିବାରୁ ଯାହା କହିଲେ, ଜାଣିଲେ ତାଯୁବ ହେବେ

 
ଦେଖନ୍ତୁ ଭିଡ଼ିଓ: ପିପିଇ କିଟ୍ ପିନ୍ଧି ବରଯାତ୍ରୀ ରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର୍, ପଚରା ଯିବାରୁ ଯାହା କହିଲେ, ଜାଣିଲେ ତାଯୁବ ହେବେ

ଆଜିକାଲି ଦେଶର ପ୍ରତ୍ୟେକ ନାଗରିକ କରୋନା ସଂକ୍ରମଣ କୁ ନେଇ ଚିନ୍ତିତ।  ଭାରତରେ କରୋନା କେସ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବଂ ଏହି କାରଣରୁ ସମସ୍ତେ ଭୟଭୀତ ହୋଇ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।  କିନ୍ତୁ ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ କଥା ଚିନ୍ତା ନ କରି ଦିନରାତି କରୋନା ସଂକ୍ରମିତ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି ।

ଡାକ୍ତର, ନର୍ସ, ପୋଲିସ୍ ଏବଂ ଆମ୍ବୁଲାନ୍ସ ଡ୍ରାଇଭର, ହସ୍ପିଟାଲ୍ ଓ ପୋଲିସ୍ ଷ୍ଟେସନର ଅନ୍ୟ କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ପିପିଏ କିଟ୍ ପିନ୍ଧି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତେବେ କରୋନା ୱାରିୟର ମାନଙ୍କର ଏପରି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଆଜିକାଲି ସାରା ଦେଶରେ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ଭାରତରେ କରୋନା କେସ୍ ସଂଖ୍ୟା ବୃଦ୍ଧି ହେତୁ ଆମ୍ବୁଲାନ୍ସ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।  ବିଶ୍ରାମ ବିନା, ଏହି ଲୋକମାନେ ଆମ୍ବୁଲାନ୍ସ ସହ ରାସ୍ତାରେ ପିପିଇ କିଟ୍ ପିନ୍ଧି ଘଣ୍ଟା ଘଣ୍ଟା ଧରି ରହୁଛନ୍ତି। ଏପରି ଅବସ୍ଥାରେ ଶାରୀରିକ ଏବଂ ମାନସିକ ସ୍ତରରେ ସେମାନେ କ୍ଳାନ୍ତ ହେବା ସ୍ୱାଭାବିକ ଅଟେ।

ତେବେ ଉତ୍ତରାଖଣ୍ଡ ହାଲଡୱାନୀ ରେ ଘଟିଥିବା ଏହି ଘଟଣା ରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତା ଉପରେ ଗାଡିରୁ ଓଲ୍ହାଇ ପିପିଇ କିଟ୍ ପିନ୍ଧି ବରଯାତ୍ରୀ ରେ ସାମିଲ ହୋଇ ନାଚିବାର ଦୃଶ୍ୟ କ୍ୟାମେରା ରେ କଏଦ ହୋଇଛି। ତେବେ ଏହା ବିଷୟରେ ଉକ୍ତ ଡ୍ରାଇଭର ଙ୍କୁ ପଚରା ଯିବାରୁ ଏହା କରିବା ଦ୍ୱାରା ତାଙ୍କର ଷ୍ଟ୍ରେସ୍ କାମୁଥିବା ସେ ପ୍ରକାଶ କରିଥିଲେ।