ଦେଖନ୍ତୁ ଭିଡ଼ିଓ: ଭାରତ ମ୍ୟାଚ ହାରିବା ପରେ ପାକିସ୍ତାନ କୁ ସପୋର୍ଟ କରୁଥିଲେ, ଏବେ ଚାକିରୀ ଗଲା ପରେ ହାତ ଯୋଡି କହୁଛନ୍ତି...

 
Nafisa attari

ରବିବାର ଦିନ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ପରାଜୟକୁ ନେଇ ସମଗ୍ର ଦେଶ ଦୁଃଖରେ ଥିବାବେଳେ, ଉଦୟପୁରର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭାରତର ପରାଜୟକୁ ଏବଂ ପାକିସ୍ତାନର ବିଜୟକୁ ହର୍ଷ ଉଲ୍ଲାସର ସହିତ ପାଳନ କରିଥିଲେ। ପାକିସ୍ତାନ ଏହି ମ୍ୟାଚ୍ ଜିତିବା ପରେ ଯୁବତୀ ଜଣକ ପାକିସ୍ତାନୀ ଖେଳାଳିମାନଙ୍କ ଫଟୋ ସହିତ ହ୍ଵାଟ୍ସଆପରେ “ୱି-ୱନ୍ ଆମେ ଜିତିଗଲୁ” ବୋଲି ପୋଷ୍ଟ କରିଥିଲେ।

Nafisa attari

ଏହି ପୋଷ୍ଟକୁ ଦେଖି ଜଣେ ଅଭିଭାବକ "ଆପଣ ପାକିସ୍ତାନକୁ ସମର୍ଥନ କରନ୍ତି କି?" ବୋଲି ପ୍ରଶ୍ନ କରିଥିଲେ ଯାହାର ଉତ୍ତରରେ ଯୁବତୀ ଜଣକ ହଁ ବୋଲି ଉତ୍ତର ଦେଇଥିଲେ। ଆମ ଦେଶରେ ଯେଉଁଠି ଶିକ୍ଷାନୁଷ୍ଠାନରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରି ପିଲାମାନଙ୍କ ମନରେ ଦେଶାତ୍ମବୋଧକତା ଜାଗ୍ରତ କରିବାକୁ ପ୍ରୟାସ କରାଯାଏ ସେଠି ଜଣେ ଶିକ୍ଷୟତ୍ରୀ ଏଭଳି ଭାବରେ ପାକିସ୍ତାନକୁ ସମର୍ଥନ କରିବା ଗ୍ରହଣୀୟ ନୁହେଁ।

Suspended

ଏହି ଖବର ସାରା ଉଦୟପୁର ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମ୍ପୃକ୍ତ ଶିକ୍ଷନୁଷ୍ଠାନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଦେଶ ବିରୋଧୀ କାର୍ଯ୍ୟକଳାପ କରିଥିବା ହେତୁ ଉକ୍ତ ଶିକ୍ଷୟତ୍ରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ବୋଲି ଶିକ୍ଷନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହା ବିଷୟରେ ପଚରା ଯିବାରୁ ସେ ମଜ଼ାକରେ ଏଭଳି ପୋଷ୍ଟ କରିଥିବା ଅଭିଯୁକ୍ତା କହିଥିଲେ । ଏବେ ଚାକିରୀ ହରାଇବା ସହ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଶିକ୍ଷୟତ୍ରୀ ଜଣକ କ୍ଷମା ପାର୍ଥନା କରିଛନ୍ତି ।