କରୋନା ଯୁଦ୍ଧରେ ହାରିଗଲେ ‘ଲଭ ୟୁ ଜିନ୍ଦେଗି’ ଗୀତରେ ଝୁମୁଥିବା ଯୁବତୀ, ମୃତ୍ୟୁ ପୂର୍ବର ଏହି ଭିଡିଓ ଆପଣଙ୍କୁ ଭାବପ୍ରବଣ କରିଦେବ

 
କରୋନା ଯୁଦ୍ଧରେ ହାରିଗଲେ ‘ଲଭ ୟୁ ଜିନ୍ଦେଗି’ ଗୀତରେ ଝୁମୁଥିବା ଯୁବତୀ, ମୃତ୍ୟୁ ପୂର୍ବର ଏହି ଭିଡିଓ ଆପଣଙ୍କୁ ଭାବପ୍ରବଣ କରିଦେବ

ଦେଶରେ କରୋନା ସଂକ୍ରମଣ ଏବଂ ଏହାକୁ ନେଇ ବଢୁଥିବା ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଡାକ୍ତରଖାନାରେ ICU ଏବଂ ଅକ୍ସିଜେନ ର ଅଭାବ ମଧ୍ୟ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଏପରି ବିପରୀତ ପରିସ୍ଥିତିରେ କିଛି ଏପରି ଚିତ୍ର ସାମ୍ନା କୁ ଆସୁଛି ଯାହା ସମସ୍ତଙ୍କୁ ପ୍ରେରଣା ଦେଉଛି। 

ଏହିପରି ଏକ ଭିଡ଼ିଓ କିଛି ଦିନ ତଳେ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ଯୁବତୀ ହସ୍ପିଟାଲ ବେଡ଼ ଉପରେ "ଲଭ ୟୁ ଜିନ୍ଦେଗି" ଗୀତରେ ଝୁମୁଥିବାର ଦେଖିବାକୁ ମିଳିଥିଲା। ଅନେକ ଲୋକେ ଏଭଳି ପରିସ୍ଥିତିରେ ମହିଳାଙ୍କ ସାହସ ଏବଂ ବଞ୍ଚିବାର ପ୍ରୟାସ କୁ ନେଇ ତାଙ୍କୁ ଖୁବ ପ୍ରଶଂସା କରିଥିଲେ। ସେହି ଭିଡ଼ିଓଟିକୁ ଡାକ୍ତର ମୋନିକା ଲାଙ୍ଗେ ନିଜର ଟ୍ୱିଟର ଅକାଉଣ୍ଟ ଦ୍ୱାରା ୮ ମଇରେ ସେୟାର କରିଥିଲେ। ଦେଖନ୍ତୁ ଭିଡିଓ-

ତେବେ ଗତକାଲି ଡାକ୍ତର ମୋନିକା ଆଉ ଏକ ପୋଷ୍ଟ କରି ଉକ୍ତ ଭିଡ଼ିଓରେ ଜୀବନ କୁ ଖୁସିର ସହ ବଞ୍ଚିବାର ବାର୍ତା ଦେଉଥିବା ଯୁବତୀଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ସେ ନିଜର ଟ୍ୱିଟର ଆକାଉଣ୍ଟ ଦ୍ୱାରା ଏହି ଖବର ଦେବା ସହ ଉକ୍ତ ସାହସୀ ଝିଅଟିର ମୃତ୍ୟୁରେ ସେ ମର୍ମାହତ ହୋଇଥିବା ଲେଖିଥିଲେ। ଏଥିସହିତ ତାଙ୍କ ପରିବାର ପ୍ରତି ସେ ନିଜର ସମବେଦନା ଜ୍ଞାମ୍ପନ କରିଥିଲେ।