ଦେଖନ୍ତୁ ଭିଡ଼ିଓ: ପୋଷା କୁକୁରକୁ ଶିକାର କରୁଥିଲା ଅଜଗର, ଏଭଳି ଭାବରେ ବଞ୍ଚାଇଦେଲେ ମାଲିକ….

 
Annaconda attack

ସାପମାନଙ୍କ ଭିତରୁ ଅଜଗର ପ୍ରଜାତି ସବୁଠାରୁ ବଡ଼ ଏବଂ ବିଶାଳ ହୋଇଥାନ୍ତି। ଅଜଗର ପାଖରେ ବିଷ ଦାନ୍ତ ନଥିଲେ ହେଁ ଏମାନେ ବଡ଼ ଚଲାକ ଶିକାରୀ ହୋଇଥାନ୍ତି। ହାରାହାରି ୧୫ ଫୁଟ ପର୍ଯ୍ୟନ୍ତ ଲମ୍ବା ହେଉଥିବା ଏହି ସାପ ଗୁଡିକ ବଡ଼ ବଡ଼ ପ୍ରାଣୀ ଗୁଡିକୁ ମଧ୍ୟ ଗିଳି ଦେଇଥାନ୍ତି। 

ତେବେ, ବ୍ରାଜିଲ୍ ରୁ ଆସିଥିବା ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିଶାଳ ଅଜଗର କୁକୁରକୁ ଗିଳିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ସାପଟି କୁକୁର ଦେହରେ ଗୁଡେଇ ହୋଇ ରହିଥିବା ବେଳେ ଏହାର ମାଲିକ ତାକୁ ବଞ୍ଚାଇବା ପାଇଁ ଅପ୍ରାଣ ଚେଷ୍ଟା କରିଥିଲେ।

ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ କୁକୁରଟି ପାଣି ପିଇବା ପାଇଁ ସେଠାକୁ ଆସିଥିବା ବେଳେ ଅଜଗର ହାବୁଡ଼ରେ ପଡିଯାଇଥିଲା। ଅଜଗରଟି ତାକୁ କାବୁ କରି ଗିଳିବାକୁ ଚେଷ୍ଟା କରିଥିଲେ ହେଁ ମାଲିକ ଜଣକ ଠିକ ସମୟରେ ପହଞ୍ଚି ନିଜ ପୋଷା କୁକୁରକୁ ବଞ୍ଚାଇବାରେ ସଫଳ ହୋଇଥିଲେ।