ଦେଖନ୍ତୁ ଭିଡ଼ିଓ: ଘରେ ପଶିଥିବା ବିଷାକ୍ତ ନଗୁଣୀକୁ କ୍ଷୀର ପିଆଇବାକୁ ଚେଷ୍ଟା କରୁଥିଲେ ଏହି ମହିଳା, ହଠାତ ଘଟିଲା କିଛି ଏପରି….

 
Cobra

ହିନ୍ଦୁ ଧର୍ମରେ ନାଗ ସାପକୁ ପୂଜା କରିବା ଏବଂ ଦେଖିଲେ ଏହାକୁ କ୍ଷୀର ପିଆଇବା ଆଦି ଅନେକ ମାନ୍ୟତା ରହି ଆସିଛି। ଏମିତିକି ଆଜିର ଆଧୁନିକ ଯୁଗରେ ମଧ୍ୟ କିଛି ଲୋକ ସାପକୁ ଘରେ ରଖିଲେ ଧନ ସମ୍ପତ୍ତି ସହ ସୁଖଃ ସମୃଦ୍ଧିରେ ବୃଦ୍ଧି ହୁଏ ବୋଲି ବିଶ୍ୱାସ କରିଥାନ୍ତି। ସାପକୁ ନେଇ ଏହିପରି ଅନେକ ଅନ୍ଧବିଶ୍ୱାସ ଆଜି ମଧ୍ୟ ପ୍ରଚଳିତ ଥିବାବେଳେ କେବଳ ଏଥିପାଇଁ ପ୍ରତିବର୍ଷ ଅନେକ ଲୋକ ସାପ ଚୋଟରେ ମୃତ୍ୟୁ ବରଣ କରିଥାନ୍ତି। 

ଭଦ୍ରକ ସହର ଠାରୁ ପ୍ରାୟ ୩୫ କିମି ଦୂର ବାଲେଶ୍ୱର ଜିଲ୍ଲା ଅଡିଆ ଗ୍ରାମରେ ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳାଙ୍କ ଘରେ ଏକ ନଗୁଣୀ ପସିଯାଇଥିଲା। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେ ସାପଟିକୁ କ୍ଷୀର ପିଇବାପାଇଁ ଦେଇଥିଲେ। ସାପଟି ମହିଳାଙ୍କୁ ଚୋଟ ମାରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଠିକ ସମୟରେ ଜଣେ ସାପ ଧରାଳି ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

ଦେଖନ୍ତୁ ଭିଡ଼ିଓ:-

ସାପଟିକୁ ଧରି ନେଇ ଯାଉଥିବା ବେଳେ ଉକ୍ତ ମହିଳା ଜଣକ କାନ୍ଦି କାନ୍ଦି ସାପଟିକୁ ଘରେ ରଖିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା। ତେବେ, ସାପ ଧରାଳି ସେଠାରେ ଥିବା ଲୋକମାନଙ୍କୁ ସାପ ଠାରୁ ଦୂରେଇ ରହିବା ସହ ଘର ସଫା ରଖିବାକୁ ପରାମର୍ଶ ଦେଇଥିଲେ। ସାପର ବୁଝିବାର ଶକ୍ତି ନଥିବା ହେତୁ ଏହାକୁ କ୍ଷୀର ଦେଲେ ସେ ଚୋଟ ମାରିବାର ସମ୍ଭାବନା ରହିଛି। ତେଣୁ, ସାପକୁ ଦେଖିଲେ ତୁରନ୍ତ ସ୍ନେକ ହେଳ୍ପଲାଇନକୁ ସମ୍ପର୍କ କରିବାକୁ ଅନୁରୋଧ କରାଯାଉଛି।