ଦେଖନ୍ତୁ ଭିଡ଼ିଓ: ଉଡୁଥିବା ବଣୁଆ ଶାଗୁଣା ର ଶିକାର କରିଲା ସିଂହ ! ଭିଡ଼ିଓକୁ ଦେଖିଲେ ତାଯୁବ ହେବେ ଆପଣ

 
eagle and lion attcak

ସିଂହକୁ ଜଙ୍ଗଲର ସବୁଠାରୁ ବଳଶାଳୀ ଏବଂ ଚାଲାକ ଶିକାରୀ ଭାବରେ ବିବେଚନା କରାଯାଇଥାଏ। ଏଥିପାଇଁ ଏହାକୁ ଜଙ୍ଗଲର ରାଜା ବୋଲି ମାନ୍ୟତା ଦିଆଯାଇଛି। ଇଣ୍ଟରନେଟରେ ସିଂହଟିଏ ଅନ୍ୟ ଜୀବଜନ୍ତୁଙ୍କ ଶିକାର କରୁଥିବାର ତ ଆପଣ ନିଶ୍ଚିତ ଦେଖିଥିବେ କିନ୍ତୁ ଏହା କେବେ ଏକ ଉଡୁଥିବା ପକ୍ଷୀର ଶିକାର କରୁଥିବା ଦେଖିଛନ୍ତି କି? 

ଆଜି ଆମ୍ଭେ ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ସିଂହଟିଏ ଏକ ଉଡୁଥିବା ଶାଗୁଣାର ଶିକାର କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ବହୁତ ଗୁଡିଏ ଶାଗୁଣା ଏକ ହ୍ରଦ ପାଖରେ ପାଣି ପିଉଥିବାର ଦେଖିବାକୁ ମିଳୁଛି। ହଠାତ ସେଠାରେ ସିଂହଟି ପହଞ୍ଚି ଯିବାରୁ ଯିଏ ଯୁଆଡେ ଉଡ଼ି ପଳାଉଛନ୍ତି। କିନ୍ତୁ, ଏହାରି ଭିତରେ ଗୋଟିଏ ଶାଗୁଣା ସିଂହ ହାବୁଡ଼ରେ ପଡ଼ି ଯାଉଛି। ଶାଗୁଣା ବହୁତ ଚେଷ୍ଟା କରିଥିଲେ ମଧ୍ୟ ସିଂହ କବଳରୁ ଖସି ପାରିନାହିଁ। ଶେଷରେ, ସିଂହଟି ତାକୁ ସହଜରେ ଶିକାର କରିନେଉଛି।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓଟିକୁ ପ୍ରଥମେ "Life and Nature" ନାମକ ଏକ ପେଜ୍ ଦ୍ୱାରା ଟ୍ୱିଟରରେ ଅପଲୋଡ଼ କରାଯାଇଥିଲା। ଗତ ଅଗଷ୍ଟ ୨୧ ତାରିଖରେ ଅପଲୋଡ଼ ହୋଇଥିବା ଏହି ଭିଡ଼ିଓଟିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହା ଭାଇରାଲ ହେବାରେ ଲାଗିଛି।