ଦେଖନ୍ତୁ ଭିଡ଼ିଓ: ଏହି ସ୍ଥାନରୁ ମିଳିଲା ମଣିଷ ଛୁଆ ଆକାରର ବେଙ୍ଗ, ଏତେ ବଡ଼ ବେଙ୍ଗକୁ ଦେଖି ଭୟବିତ ହୋଇଗଲେ ଗ୍ରାମବାସୀ

 
ଦେଖନ୍ତୁ ଭିଡ଼ିଓ: ଏହି ସ୍ଥାନରୁ ମିଳିଲା ମଣିଷ ଛୁଆ ଆକାରର ବେଙ୍ଗ, ଏତେ ବଡ଼ ବେଙ୍ଗକୁ ଦେଖି ଭୟବିତ ହୋଇଗଲେ ଗ୍ରାମବାସୀ

ପ୍ରଶାନ୍ତ ମହାସାଗରର ସୋଲୋମନ ଦ୍ୱୀପପୁଞ୍ଜରୁ ଏକ ବିଶାଳ ଆକୃତିର ବେଙ୍ଗ ଉଦ୍ଧାର କରାଯାଇଛି। ଏହି ବେଙ୍ଗଟି ଏକ ମଣିଷ ଛୁଆ ଆକାରର ହୋଇଥିବା ବେଳେ ଏହାକୁ ଦେଖିବା ପରେ ଗ୍ରାମବାସୀମାନେ ଆତଙ୍କିତ ହୋଇଯାଇଥିଲେ। ଏହି ବିଶାଳ ବେଙ୍ଗର ଓଜନ ପ୍ରାୟ ଏକ କିଲୋ ହୋଇଥିବା ବେଳେ ଏହା କର୍ଣ୍ଣୁଫର୍ ଗୁପି ପ୍ରଜାତିର ବୋଲି କୁହାଯାଉଛି ଏବଂ ଏପ୍ରିଲ୍ ମାସରେ ଏହାକୁ ଜଙ୍ଗଲରୁ ଧରା ଯାଇଥିଲା।

ଏହି ବେଙ୍ଗଟି ପ୍ରାୟ ୧୦ ଇଞ୍ଚ ଲମ୍ବ ହୋଇପାରେ ବୋଲି କୁହାଯାଉଛି। ଏହି ବେଙ୍ଗର ଶରୀର ଏତେ ବଡ ଯେ ଏହା ସ୍ଥାନୀୟ ଏକ ଶିଶୁର ଶରୀରର ଅଧା ପର୍ଯ୍ୟନ୍ତ ପହଞ୍ଚିଯାଉଛି। ମିଳିଥିବା ଖବର ଅନୁଯାୟୀ, ସ୍ଥାନୀୟ କାଠ ମିଲ୍ ର ମାଲିକ ଜିମି ହୁଗୋ (୩୫) କହିଛନ୍ତି ଯେ ସେ ସୋଲୋମନ ଦ୍ୱୀପପୁଞ୍ଜର ହୋନିୟାରେ ଏକ ବଣୁଆ ଘୁଷୁରୀ ଖୋଜୁଥିଲେ। ଏହି ସମୟରେ ଏହି ବିଶାଳ ବେଙ୍ଗଟି ତାଙ୍କୁ ମିଳିଥିଲା।

ଜିମି କହିବା ମୁତାବକ ଏହା ସେ ଦେଖିଥିବା ସବୁଠାରୁ ବଡ଼ ବେଙ୍ଗ ଅଟେ। ଏହାକୁ ଧରିବା ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ଏହି ବେଙ୍ଗଟିକୁ କୁକୁରମାନଙ୍କ ସାହାଯ୍ୟରେ ଧରାଯାଇଥିଲା। ତେବେ ସ୍ଥାନୀୟ ଭାଷାରେ ଏହାକୁ ବୁସ୍ ଚିକେନ୍ ବୋଲି କୁହାଯାଏ। ଏହି ବେଙ୍ଗଟିକୁ ସ୍ଥାନୀୟ ଲୋକେ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଏହି ବେଙ୍ଗଟି ମରିଯାଇଥିବାରୁ ଏହାକୁ ସେମାନେ ରୋଷେଇ କରି ଖାଇବେ ବୋଲି ସୂଚନା ଦେଇଥିଲେ।