ଦେଖନ୍ତୁ ଭିଡ଼ିଓ: ଏତେ ଛୋଟ କଥା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଛୁଟି ଝିକି ଶିକ୍ଷୟତ୍ରୀଙ୍କୁ ମାରିଲେ, ଭିଡ଼ିଓ ଭାଇରଲ

 
mar pit

ଶିକ୍ଷୟତ୍ରୀ ମାନଙ୍କ ମାଡ଼ ଦେଖି ଛୁଆ ଛାନିଆ ! ଭାଇରାଲ ହେଉଛି ଭିଡିଓ । ଭିଡ଼ିଓରେ ଦେଖିବକୁ ମିଳିଛି ଅନେକ କମେଣ୍ଟ । ତେବେ ଏଠାରେ କେବଳ ଗୋଟିଏ ପ୍ରଶ୍ନ କରାଯାଇପାରେ , ଯଦି ଏମାନେ ଶିକ୍ଷୟତ୍ରୀ ହୋଇ ଏତେ ଅସଭ୍ୟ ହେଉଛନ୍ତି ତେବେ ଏମାନେ ଛାତ୍ର ଛାତ୍ରୀ ମାନଙ୍କୁ କେଉଁ ଶିକ୍ଷା ଦେଉଥିବେ  ?

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now


ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଗ୍ରା ସହରରେ । ଭିଡ଼ିଓଟି ଆଗ୍ରା ସହରର ଏକ ପ୍ରାଥମିକ ବିଦ୍ୟାଳୟର ଅଟେ । ତେବେ ଜାଣନ୍ତୁ ପୁରା ଘଟଣା.......

R
ଶିକ୍ଷୟତ୍ରୀ ବିଳମ୍ବରେ ବିଦ୍ୟାଳୟ ଆସିଥିବାରୁ ଉପୁଜିଥିଲା ଏଭଳି ପରିସ୍ଥିତି । ଶିକ୍ଷୟତ୍ରୀ ଓ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମହାଭାରତ । ପ୍ରଥମେ କଥା କଟା କଟି ତା ପରେ ଚୁଟି ଧରା ଧରି ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ । 

ସୂଚନା ଅନୁସାରେ , ଘଟଣାଟି ହେଉଛି ମେ ୩ ତାରିଖର । ରଞ୍ଜି ଚୌଧୁରୀ ନାମକ ଏକ ଶିକ୍ଷୟତ୍ରୀ ଚାରି ଦିନ ହେବ ବିଦ୍ୟାଳୟକୁ ଡେରିରେ ଆସୁଥିଲେ । ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ତାଗିଦ୍ ମଧ୍ୟ କରିଥଲେ । ହେଲେ ଗତ ୩ ତାରିଖ ଦିନ କଥା ଅତି ଭୟାନକ ହୋଇଥିଲା ।