ସିଗାରେଟ ପିଇଲା ବେଳେ ସାନିଟାଇଜର ବ୍ୟବହାର କରୁଥିଲେ ଯୁବକ, ଆଉ ତାପରେ ଯାହା ଘଟିଲା ଦେଖନ୍ତୁ ଭିଡିଓ

 
Car blast

ବର୍ତ୍ତମାନ ସମୟରେ ହ୍ୟାଣ୍ଡ ସାନିଟାଇଜର ପ୍ରାୟତଃ ସମସ୍ତଙ୍କ ଜୀବନରେ ଏକ ମୁଖ୍ୟ ବ୍ୟବହୃତ ଜିନିଷ ପଲଟିଯାଇଛି। କିନ୍ତୁ ହ୍ୟାଣ୍ଡ ସାନିଟାଇଜର ଏକ ଜ୍ୱଳନ୍ତ ପଦାର୍ଥ ହୋଇଥିବା ବେଳେ ଏହାକୁ ବ୍ୟବହାର କରିବା ବେଳେ ନିଆଁ ଏବଂ ଅତ୍ୟଧିକ ଉତ୍ତାପ ଠାରୁ ଦୂରରେ ରହିବା ଉଚିତ। କିନ୍ତୁ କେତେକ ସମୟରେ ଏହି କଥା ଭୁଲିଯିବା ଲୋକମାନଙ୍କ ପାଇଁ ବେସ୍ ଭାରି ପଡିଥାଏ।

ବର୍ତ୍ତମାନ ଏହି କାରଣରୁ କାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଭିଡ଼ିଓ ବେସ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ସମ୍ପୂର୍ଣ୍ଣ ଚିତ୍ରଟି ବେସ୍ ଭୟଙ୍କର ଲାଗୁଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଏହି ଘଟଣା ଘଟିଛି। WUSA ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ରକ୍ଭିଲ୍ଲା ସପିଂ ସେଣ୍ଟରର ବଡ଼ ପାର୍କିଂ ସ୍ଥାନରେ ପାର୍କିଂ ହୋଇଥିବା ଏକ କାରରେ ନିଆଁ ଲାଗିଯାଇଥିଲା।

ଯଦିଓ ଏହାପରେ ନିଆଁକୁ ଆୟତ୍ତ କରାଯାଇଥିଲା, କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ଜୈନିକ ଅଧିକାରୀଙ୍କ କହିବା ଅନୁଯାଇ ହ୍ୟାଣ୍ଡ ସାନିଟାଇଜର କାରଣରୁ କାରରେ ନିଆଁ ଲାଗିଯାଇଥିଲା। ଜଳୁଥିବା ସିଗାରେଟ ସଂସ୍ପର୍ଶରେ ହ୍ୟାଣ୍ଡ ସାନିଟାଇଜର ଆସିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଅଧିକାରୀମାନେ କହିଛନ୍ତି ଯେ ଡ୍ରାଇଭର ଜଣକ ତାଙ୍କ ହାତରେ ସାନିଟାଇଜର ପ୍ରୟୋଗ କରୁଥିବାବେଳେ ତାଙ୍କ ପାଟିରେ ଥିବା ସିଗାରେଟ ସାନିଟାଇଜର ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣା ପରେ ଡ୍ରାଇଭରଙ୍କ ଦେହ ସାମାନ୍ୟ ଜଳିଯାଇଥିଲା, ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେ ବଞ୍ଚି ଯାଇଥିଲେ। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଫୁଟେଜ ସାମ୍ନାକୁ ଆସିଛି ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି।