ତଳେ ଲକଡାଉନ ଥିବାରୁ ଆକାଶରେ ଏରୋପ୍ଲେନରେ ଧୁମଧାମରେ ହେଉଥିଲେ ବାହା ଆଉ ତାପରେ..ଦେଖନ୍ତୁ ଭିଡିଓ

 
Marriage in aeroplane

ସମଗ୍ର ଦେଶ ବର୍ତ୍ତମାନ କରୋନା ଭୂତାଣୁର ଦ୍ଵିତୀୟ ତରଙ୍ଗ ସହ ଲଢ଼ୁଛି।  କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଦେଶର ଅନେକ ରାଜ୍ୟରେ ଲକଡ଼ାଉନ ଘୋଷଣା କରାଯାଇଛି,ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ୟବସାୟ, ଚାକିରି ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବନ୍ଦ କରାଯାଇଥିବା ବେଳେ ବିବାହ ବ୍ରତ ଆଦି କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି।

ଏପରି ପରିସ୍ଥିତିରେ ଏକ ଦମ୍ପତି ପୃଥିବୀରେ ବିବାହ ସମ୍ଭବ ନହେବାରୁ ଆକାଶ ମାର୍ଗରେ ବିବାହ କରି ଚର୍ଚ୍ଚାର ପରିସର କୁ ଆସିଛନ୍ତି। ତାମିଲନାଡୁର ମଦୁରାଇରେ ଏହି ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ଖବର ମୁତାବକ ତାମିଲନାଡୁରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମେ ୨୪ ରୁ ୩୧ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିଲେ।

ତେଣୁ ମଦୁରାଇରୁ ଆସିଥିବା ରାକେଶ ଏବଂ ଦୀକ୍ଷା ଏକ ଚାର୍ଟାର୍ଡ ​​ବିମାନ ଭିତରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।  ସେମାନେ ଏକ ବିମାନକୁ ଭଡ଼ା ସୂତ୍ରରେ ନେଇ ନିଜର ୧୩୦ ସମ୍ପର୍କୀୟଙ୍କ ସହିତ ଆକାଶ ମାର୍ଗରେ ବିବାହ କରିଥିଲେ।ତେବେ ଏହି ଦମ୍ପତି ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସେମାନେ ସମସ୍ତ କୋଭିଡ଼ ପ୍ରୋଟୋକଲ କୁ ପାଳନ କରିଥିଲେ ଏବଂ ସମସ୍ତ ୧୩୦ ଯାତ୍ରୀଙ୍କର RT-PCR ଟେଷ୍ଟ କରାଇଥିଲେ। ତେବେ ସମସ୍ତ ଯାତ୍ରୀଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନେ ଏହି ବିମାନରେ ଚଢ଼ିଥିଲେ।