ମାସ୍କ ଚେକିଂ ବେଳେ ମହିଳାଙ୍କ ଯୁକ୍ତି: ମାସ୍କ ପିନ୍ଧିଲେ ମୁଁ ମୋ ସ୍ୱାମୀଙ୍କୁ କିସ୍ କେମିତି କରିବି, ଦେଖନ୍ତୁ ଭିଡିଓ

 
ମାସ୍କ ଚେକିଂ ବେଳେ ମହିଳାଙ୍କ ଯୁକ୍ତି: ମାସ୍କ ପିନ୍ଧିଲେ ମୁଁ ମୋ ସ୍ୱାମୀଙ୍କୁ କିସ୍ କେମିତି କରିବି, ଦେଖନ୍ତୁ ଭିଡିଓ

କୋଭିଡ କଟକଣା ମାନିବାକୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି ଯାହାର ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଦିଲ୍ଲୀ ପୋଲିସ୍ ଦ୍ୱାରା ମାସ୍କ ନ ପିନ୍ଧିବା ସହ କୌଣସି କର୍ଫ୍ୟୁ ପାସ୍ ବିନା କାର୍ ରେ ଯାତାୟାତ କରିବାକୁ ନେଇ ଏକ ଦମ୍ପତିଙ୍କୁ ଅଟକାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ତେବେ ଲକଡାଉନ୍ ନିୟମ ଏବଂ କୋଭିଡ଼ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ଧରାପଡିଥିବା ଏହି ଦମ୍ପତି ଦିଲ୍ଲୀ ପୋଲିସ୍ କର୍ମଚାରୀଙ୍କ ସହ ଅସଦାଚରଣ କରିବା ସହ ଧମକ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ପୋଲିସ କହିବା ଅନୁଯାଇ  ରାସ୍ତାରେ ବୁଲିବା ପାଇଁ ସେମାନଙ୍କର କୌଣସି ବୈଧ କାରଣ ନଥିଲେ ମଧ୍ୟ ନିଜ କାରରେ ସହରରେ ବୁଲୁଥିଲେ। ତେଣୁ ଏଥିପାଇଁ ଚାଲାଣ କଟାଯିବା ପରେ ସେମାନେ ପଇସା ଦେବାକୁ ମନା କରିଦେଇଥିଲେ। ଏଥିସହିତ ମହିଳା ଜଣକ ଡ୍ୟୁଟିରେ ଥିବା ପୋଲିସ ସହିତ ସଂଘର୍ଷ କରିବାକୁ ଚେଷ୍ଟା କରିଥିଲେ ଏପରିକି ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଡାକିବାକୁ ପଡ଼ିଥିଲା ବୋଲି କହିଛି ପୋଲିସ।


ତେବେ ଦମ୍ପତ୍ତିଙ୍କ ନାମ ପଙ୍କଜ ଏବଂ ଆଭା ବୋଲି ପ୍ରାଥମିକ ସୂତ୍ରରୁ ଜଣା ପଡିଥିବା ବେଳେ। ସେମାନଙ୍କୁ ଗିରଫ କରାଯାଇ ଦରିଆଗଞ୍ଜ ପୋଲିସ ଷ୍ଟେସନ ନିଆଯାଇଥିଲା। ସେଠାରେ ସେମାନଙ୍କ ଠାରୁ ଚାଲାଣ ଆଦାୟ କରାଯିବା ସହ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି।