ଟିକେଟ୍‌ ପାଇଁ ଦଳ ବଦଳେଇବାରେ ବ୍ୟସ୍ତ ଅନୁଭବ, ଏପଟେ ଦ୍ୱିତୀୟ ପୁଣି ଜଣେ ଅଭିନେତାକୁ ବିବାହ କଲେଣି ବର୍ଷା! ଜାଣନ୍ତୁ ପୁରା ଖବର

 
Varsha priyadarshini

ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ, ଜଣେ ସାମାଜିକ କର୍ମୀ, ଲେଖିକା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ । ସର୍ବଦା ଅବହେଳିତ, ଅସହାୟ, କ୍ଳାନ୍ତ ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଲାଇବ୍ରେରୀ ଅଭିଯାନ, ମହିଳା ଋତୁସ୍ରାବ ସଚେତନତା, ଶିଶୁ ଶିକ୍ଷା ଏବଂ ବିକାଶ, ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପ୍ରୟାସ, ବୃଦ୍ଧାଶ୍ରମରେ ଥିବା ଗୁରୁଜନଙ୍କ ମୁହଁରେ ହସ, ସୋସିଆଲ ମିଡିଆର ଅପବ୍ୟବହାର ବିଷୟରେ ସଚେତନତା, ବିଭିନ୍ନ ସଚେତନତା କର୍ମଶାଳା, ବିଭିନ୍ନ ପ୍ରତିଯୋଗିତା ଏବଂ ପ୍ରତିଭାବାନ ଲୋକଙ୍କୁ ସୁଯୋଗ ଦେବା ଦିଗରେ ଅନେକ କାର୍ଯ୍ୟ କରି ଆସୁଅଛି ବର୍ଷା ଙ୍କର ସମ୍ମାନୀତା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

Fresh trouble for Varsha Priyadarshini as Delhi police summons actress over  casteist slur

ସବୁଥର ପରି ଏଥର ମଧ୍ୟ ସମ୍ମାନୀତା ପାଳନ କରୁଛି ପ୍ରତିଭାର ସମ୍ମାନ 2024 । କେବଳ ମହିଳା ନୁହଁନ୍ତି, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଓ ପ୍ରତିଷ୍ଠା ହାସଲ କରିଛନ୍ତି, ସେମାନଙ୍କୁ 'ସମ୍ମାନ' ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ବର୍ଷାର ଆଗାମୀ ଚଳଚ୍ଚିତ୍ର 'WIFE' (ୱାଇଫ) ର ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ଅଭିନେତା ମୁନ୍ନା ଖାଁ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଓକିଲ ସୌରଚନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ମେଘନା ମିଶ୍ର, ସନଲିସା ପଟେଲ, ସଙ୍ଗୀତା ସାହୁ , ପ୍ରେରଣା, ରୁମଝୁମ, ନିଦ୍ଧି ଗର୍ଗଙ୍କ ସମେତ ବହୁ ସମାଜସେବୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ନିଜର କମେଡି ଅନ୍ଦାଜରେ ଲୋକଙ୍କର ଅତିପ୍ରିୟ ହୋଇଥିବା ୟୁଟୁବର ରାଜୁ ଦାସ, ପ୍ରମୁଖ ଯୁବ କଳାକାର ହିସାବରେ ସମ୍ମାନିତ ହୋଇଥିଲେ ।

Wife

ଏହି ମଞ୍ଚକୁ ବିଜୟ ମଲ୍ଲ ପରିଚାଳନା କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମରେ ଜୟ କାଣ୍ଡୋଇ, ବବି ଇସଲାମ, ରାଜ ରାଜେଶ, ଜୟଜିତ, ଲିପ୍ସା ମିଶ୍ର, ସୁଜାତା କର, ବାପୁ ଲେଙ୍କା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ସମ୍ମାନୀତାର ଉପସଭାପତି ବନାନୀ ଦଳେଇ ସମସ୍ତ ଦାୟିତ୍ୱ ରେ ଥିଲେ । ଏହି କାର୍ଯ୍ୟକ୍ରମରେ ଏସସିବି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡା ଏବଂ Sofy ର ପରିଚାଳକ ଅବିନାଶ ତ୍ରିପାଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମ୍ମାନିତ ବରିଷ୍ଠ ସଦସ୍ୟସୁଜୟ ସରକାର, ରିଙ୍କୁ, ମିହିର ଦାସ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଦେଇଥିଲେ । ଏହି ସଂଗଠନ ଗଠନ କରି ସମାଜ ପାଇଁ ବର୍ଷାଙ୍କ ପ୍ରେମକୁ ସମସ୍ତେ ପ୍ରଶଂସା କରିଥିଲେ ।