କରୋନା ଭ୍ୟାକ୍ସିନ ନେବା ବେଳର ସେଲଫି ସେଆର୍ କଲେ ମିଳିବ ୫ ହଜାର ଟଙ୍କା, କେବଳ କରିବାକୁ ହେବ ଏହି କାମ

 
Vaccine

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ଟୀକାକରଣ ଅଭିଯାନକୁ ତ୍ୱରିତ କରିଛନ୍ତି। ଆଗରୁ କେବଳ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଉଥିବା ବେଳେ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କର ଟୀକାକରଣ କରାଯାଉଛି। ଏଭଳି ପରିସ୍ଥିତିରେ ସରକାର ଏକ ଭିନ୍ନ ଧାରଣର ପ୍ରୟାସ ଆରମ୍ଭ କରିଛନ୍ତି, ଖବର ମୁତାବକ ସରକାର ଟୀକାଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୫୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛନ୍ତି। 

ଏଥିପାଇଁ ଟୀକା ନେଇଥିବା ବ୍ୟକ୍ତି କେବଳ ନିଜର ଟୀକାକରଣର ର ଫଟୋକୁ ଭଲ ଟ୍ୟାଗଲାଇନ୍ ସହିତ ନିମ୍ନଲିଖିତ ପୋର୍ଟାଲ ରେ ସେୟାର କରିବାକୁ ହେବ ଏବଂ ଏହା କରିବା ଦ୍ୱାରା ଆପଣ ୫୦୦୦ ଟଙ୍କା ପୁରସ୍କାର ପାଇବାର ହକଦାର୍ ହୋଇପାରିବେ।


ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ଟୀକାକରଣ କରାଯାଇଛି, ତେବେ ଟୀକାକରଣର ମହତ୍ତ୍ୱ ଉପରେ ଏକ ଭଲ ଟ୍ୟାଗଲାଇନ୍ ସହିତ ଟୀକାକରଣ ଚିତ୍ର କୁ https://t.co/rD28chyxrV?amp=1 ଏହି ପୋର୍ଟାଲ ରେ ପୋଷ୍ଟ କରି ପଞ୍ଜିକରଣ ପ୍ରକ୍ରିୟା କୁ ପୁରା କରିବାକୁ ହେବ। ପ୍ରତି ମାସରେ ୧୦ ଟି ମନୋନୀତ ଟ୍ୟାଗଲାଇନ୍ କୁ ସରକାରଙ୍କ ତରଫରୁ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ।