ଗ୍ରାଜୁଏସନ୍ କରିଥିଲେ AIESL ରେ ଚାକିରୀ ସୁଯୋଗ, ଏମିତି କରନ୍ତୁ ଅନ-ଲାଇନ ଆବେଦନ
209 ଟି ପୋଷ୍ଟ ପାଇଁ AIESL ବିଜ୍ଞପ୍ତି ଜାରି କରିଛି । ବିଭିନ୍ନ ସୁପରଭାଇଜର ପଦ ପାଇଁ 209 ଟି ପୋଷ୍ଟ ଖାଲି ରହିଛି । ଆଗ୍ରହୀ ପ୍ରାର୍ଥୀମାନେ AIESL ର ଅଫିସିଆଲ୍ ୱେବସାଇଟ୍ aiesl.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି 15 ଜାନୁଆରୀ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଖାଲି ପୋଷ୍ଟ :-
ଦିଲ୍ଲୀ - 87 ଟି ପୋଷ୍ଟ
ମୁମ୍ବାଇ - 70 ଟି ପୋଷ୍ଟ
କୋଲକାତା - 12 ଟି ପୋଷ୍ଟ
ହାଇଦ୍ରାବାଦ - 10 ଟି ପୋଷ୍ଟ
ନାଗପୁର - 10 ଟି ପୋଷ୍ଟ
ଥିରୁବନନ୍ତପୁରମ୍ - 20 ଟି ପୋଷ୍ଟ
ଯୋଗ୍ୟତା :-
ଆଶାୟୀ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ, କଳା, ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ଏଥିସହ, ଏକ ସ୍ୱୀକୃତିପ୍ରାପ୍ତ କମ୍ପ୍ୟୁଟର ପ୍ରତିଷ୍ଠାନରୁ 1 ବର୍ଷର କମ୍ପ୍ୟୁଟର କୋର୍ସ ସାର୍ଟିଫିକେଟ ରହିବା ଉଚିତ । ଆହୁରି ମଧ୍ୟ, ଯେକୌଣସି ପ୍ରତିଷ୍ଠିତ ସଂସ୍ଥାରେ 1 ବର୍ଷର ଡାଟା ଏଣ୍ଟ୍ରି କାମର ଅଭିଜ୍ଞତା ଥିବ ।
ବୟସ ସୀମା :-
ଏହି ପଦ ପାଇଁ ସର୍ବନିମ୍ନ ବୟସ 35 ବର୍ଷ । OBC ପାଇଁ 38 ବର୍ଷ ଏବଂ SC / ST ପାଇଁ 40 ବର୍ଷ ।
ଚୟନ ପ୍ରକ୍ରିୟା :-
ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା, ଲିଖିତ ପରୀକ୍ଷା ସ୍ଥାନର ସମ୍ପୂର୍ଣ୍ଣ ଠିକଣା ଏବଂ ଦକ୍ଷତା ପରୀକ୍ଷଣର କାର୍ଯ୍ୟସୂଚୀ AIESL ୱେବସାଇଟରେ ପ୍ରକାଶ ପାଇବ । ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ପାଇଁ ହାଜର ହେବାକୁ ପଡ଼ିବ ଏବଂ ପରେ MS-Word, MS-Excel ଏବଂ MS-Power Point ଇତ୍ୟାଦିରେ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ।
ଆବେଦନ ଶୁଳ୍କ :-
ଜେନେରାଲ, EWS ଏବଂ OBC ପାଇଁ ଆବେଦନ ଶୁଳ୍କ 1000 ଟଙ୍କା । ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଟଙ୍କା ପଠାଇବେ । ଅଧିକ ସୂଚନା ପାଇଁ ଆପଣ AIESL ର ଅଫିସିଆଲ୍ ୱେବସାଇଟ୍ aiesl.in ରେ ଚେକ୍ କରିପାରିବେ ।