UPS: ଯଦି ମାସକୁ ଆପଣ ୩୦ ହଜାର ଟଙ୍କା ଦରମା ପାଉଛନ୍ତି, ତେବେ ପେନସନ୍ କେତେ ମିଳିବ? ଜାଣନ୍ତୁ ନିୟମ
ଦେଶରେ ଏକକ ଭତ୍ତା ଯୋଜନା ବା UPS ଲାଗୁ ହେବା ଫଳରେ ପ୍ରାୟ ୨୩ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ଏପ୍ରିଲ ୨୦୨୫ରୁ ଲାଗୁ ହେବ ଏହି ନୂଆ ପେନସନ ସ୍କିମ । ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପୂର୍ବରୁ ଚାଲୁଥିବା ନ୍ୟାସନାଲ ପେନସନ ସ୍କିମ୍ NPS ସହ UPS ବିକଳ୍ପ ଭାବେ ଲାଗୁ ହେବ । କର୍ମଚାରୀ ନିଜ ଇଚ୍ଛା ମୁତାବକ ପେନସନ ସ୍କିମ୍ ବାଛି ପାରିବେ। ଏହି ନୂଆ ୟୁନିଫାଏଡ୍ ପେନସନ ସ୍କିମରେ ସରକାର ତିନୋଟି ମୁଖ୍ୟ ଦିଗକୁ ଗୁରୁତ୍ବ ଦେଇଛନ୍ତି । ସୁନିଶ୍ଚିତ ପେନସନ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଯାହା ଦ୍ବାରାକି ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହୋଇପାରିବେ ।
ଯେଉଁଥିରେ ସରକାରୀ କର୍ମଚାରୀ ଚାକିରିରୁ ଅବସର ନେବା ପରେ ଶେଷ ୧୨ ମାସର ବେସିକ୍ ସାଲାରିର ୫୦ ପ୍ରତିଶତ ପେନସନ ଆକାରରେ ପାଇବେ କିନ୍ତୁ ୨୫ବର୍ଷ ଚାକିରି କାଳ ରହିଥିବା ଜରୁରୀ । ଯାହାକି ଚାକିରି ଜୀବନର ଶେଷ ୧ ବର୍ଷରେ ଆପଣ ଯେତିକି ଦରମା ପାଇବେ ତାହାର ୫୦ ପ୍ରତିଶତ ପେନସନ୍ ଆକାରରେ ମିଳିବ ।
ସେହିପରି ପରିବାରକୁ ସୁନିଶ୍ଚିତ ପେନସନ ଜରିଆରେ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ୬୦% ପେନସନ୍ । ତେବେ ୧୦ ବର୍ଷ କାମ କରିଥିଲେ ମିଳିବ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ରର ମୋଦି ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂତନ ପେନସନ୍ ସ୍କିମ UPS ଘୋଷଣା କରିଛନ୍ତି ।
ଏହି ନୂତନ ଯୋଜନା ୨୦୨୫ ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ପେନସନ ପାଇବା ପାଇଁ ୟୁପିଏସ୍ ଏବଂ ନୂତନ ପେନ୍ସନ୍ ସ୍କିମ୍ (NPS) ମଧ୍ୟରୁ ଗୋଟିଏକୁ ବିକଳ୍ପ ବାଛିବାକୁ ପଡିବ | ୟୁପିଏସ୍ ଅଧୀନରେ, ଜଣେ ସରକାରୀ କର୍ମଚାରୀ ୨୫ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେବା ପରେ, ଶେଷ ୧ ବର୍ଷ ଅର୍ଥାତ ୧୨ ମାସରେ ଯେତିକି ବେସିକ୍ ସାଲାରୀ ବା ମୂଳ ଦରମା ପାଇଥିବେ ତାହାର ୫୦ ପ୍ରତିଶତ ପେନସନ୍ ଆକାରରେ ପାଇବେ । ଯଦି ଜଣେ କର୍ମଚାରୀ ୧୦ ବର୍ଷ କାମ କରନ୍ତି, ତେବେ ତାଙ୍କୁ ଅତି କମରେ ୧୦ ହଜାର ଟଙ୍କା ପେନସନ୍ ଦିଆଯିବ ।
ଯଦି ଆପଣ ମାସିକ ୨୦ ହଜାର ବେସିକ୍ ସାଲାରୀ ବା ମୂଳ ଦରମା ଆକାରରେ ପାଉଛନ୍ତି ତେବେ ଆପଣଙ୍କ ଶେଷ ୧ ବର୍ଷରେ ମୋଟ ୨ ଲକ୍ଷ ୪୦ ହଜାର ଟଙ୍କା ପାଇବେ । ଏହା ହେଲେ ଅବସର ପରେ ଶେଷ ବର୍ଷ ଦରମାର ୫୦% ପେନସନ୍ ମିଳିବ । ତେଣୁ ତାହା ହିସାବକୁ ନେଲେ ୨ ଲକ୍ଷ ୪୦ ହାଜର ଟଙ୍କାର ଅଧା ଅର୍ଥାତ ୧ ଲକ୍ଷ ୨୦ ହଜାର ଟଙ୍କା ଆପଣଙ୍କୁ ପେନସନ୍ ଆକାରରେ ମିଳିବ । ଆଉ ଯଦି ଭତ୍ତା ପାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ବି ହୋଇଯାଏ ତେବେ ତାଙ୍କ ପରିବାର ବର୍ଗଙ୍କୁ ୭୨ ହଜାର ଟଙ୍କା ପେନସନ୍ ଆକାରରେ ମିଳିବ ।