​​ଗାର୍ଲଫ୍ରେଣ୍ଡ ସହ ନୂଆ ବର୍ଷରେ ବୁଲିବାକୁ ଚାହୁଁଛନ୍ତି କି? ତାହେଲେ ଏହି ମନ୍ଦିର ବିଷୟରେ ଜାଣି ରଖନ୍ତୁ

 
up saharanpur Hanuman temple
ଜୀବନରେ ସମସ୍ତେ କେବେ ନା କେବେ ନିଶ୍ଚିତ ପ୍ରେମରେ ପଡ଼ିଥିବେ । ଯେପରିକି ଆପଣ ବି ନିଶ୍ଚିତ ପ୍ରେମରେ ପଡ଼ିଥିବେ । ହଁ ଏହା ସତ ଯେ କିଏ ପ୍ରେମ କରି ସଫଳ ହୋଇଛି ତ କିଏ ଧୋକା ଖାଇଛି । ତେବେ ସେ ଯାହା ହେଉ ନା କାହିଁକି ଯଦି ଆପଣ ପ୍ରେମ କରୁଥାନ୍ତି କିମ୍ବା ଦୀର୍ଘ ଦିନ ହେଲା ପ୍ରେମକୁ ପାଇବାକୁ ଚେଷ୍ଟା କରୁଛନ୍ତି ତେବେ ଏହି ମନ୍ଦିର ବିଷୟରେ ନିଶ୍ଚିତ ଜାଣି ନିଅନ୍ତୁ । 

R

ପ୍ରେମୀ ଯୁଗଳ ମାନେ ଅନେକ ସମୟରେ ମନ୍ଦିର ଯାଇଥାନ୍ତି । କିଏ ନିଜ ପ୍ରେମକୁ ପାଇବାକୁ କାମନା କରିଥାଏ ତ କିଏ ପ୍ରେମରେ ଧୋକା ପାଇ ଭଗବାନ୍ ଙ୍କୁ ନିଜ ଦୁଃଖ ଜଣେଇ ଥାଏ ।

କଣ ଆପଣ ଜାଣନ୍ତି କି ଏପରି ଏକ ମନ୍ଦିର ରହିଛି ଭାରତରେ ଯେଉଁଠିକୁ ପ୍ରେମୀ ଯୁଗଳ ମାନଙ୍କୁ ଯିବା ପାଇଁ ମନା । ଯଦି ଭୁଲ୍ ରେ ବି ପ୍ରେମୀ ଯୁଗଳ ସେହି ମନ୍ଦିର କୁ ଯାଆନ୍ତି ତେବେ ଏପରି କିଛି ଅଘଟଣ ଘଟିପାରେ ।

ଉତ୍ତର ପ୍ରଦେଶର ସାହାରନପୂର୍ ରେ ରହିଛି ଏହି ମନ୍ଦିର । ଏହି ମନ୍ଦିର ଟି ହେଉଛି ପ୍ରଭୁ ଶ୍ରୀ ହନୁମାନ ଙ୍କର । ଏଠାକୁ ସାଧାରଣତଃ ପ୍ରେମୀ ଯୁଗଳ ମାନଙ୍କ ପ୍ରବେଶ ନିଷେଧ ଅଟେ । ପ୍ରାୟ ୧୩ ବର୍ଷ ପୁରୁଣା ମନ୍ଦିର ଏହା । ଏଠାକୁ ମାଆ ବାପା ମାନେ ନିଜ ପିଲା ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ପାଇଁ ଯାଇଥାନ୍ତି । 

up saharanpur Hanuman temple

ତେବେ ଏଠାରେ ଅନେକ ନିୟମର ପାଳନ କରାଯାଇଥାଏ । ପୂଜା ବିଧି ସାରିବା ପରେ ଏଠାକାର ପୁଝାରୀ ମାନେ ବାପା ମାଙ୍କୁ ବିଭିନ୍ନ ଉପାୟ ବତାଇ ଥାନ୍ତି । ଏହାର ଅନେକ ପ୍ରମାଣ ରହିଛି । ପିଲାମାନେ ଏଠାକୁ ଆସି ପଥ ଭ୍ରଷ୍ଟ ରୁ ବଞ୍ଚିତ ହୋଇଛନ୍ତି ।