ଆସୁଛି ନୂଆ ନିୟମ, ଏଣିକି ମହିଳାମାନେ ଚିପା ଓ ଟାଇଟ୍ ଡ୍ରେସ ପିନ୍ଧି ପାରିବେନି, ଜାଣନ୍ତୁ ପୁରା ଖବର

ପୋଷାକ ପିନ୍ଧିବା ଉପରେ ଲାଗିବ ରୋକ।ମହିଳାମାନେ ଆଉ ପିନ୍ଧି ପାରିବେ ନାହିଁ ନିଜ ମନ ପସନ୍ଦର ପୋଷାକ। କେତେକ ନିର୍ଦ୍ଧିଷ୍ଟ ପୋଷାକକୁ ଛାଡ଼ି ଦେଲେ ଆଉ ସମସ୍ତ ଟାଇଟ୍ ପୋଷକ ଦେଶରୁ ହୋଇଯିବ ବ୍ୟାନ୍। ଫ୍ୟାସନ୍ ବର୍ତ୍ତମାନ ସମୟର ଏକ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଡିଜାଇନ୍ ପୋଷାକ ଉପରେ ବେଶ୍ ଗୁରୁତ୍ଵ ଦେଇଥାନ୍ତି ମହିଳା। ହେଲେ ଯଦି ଏହି ଅଧିକାରକୁ ମହିଳାମାନଙ୍କ ଠାରୁ ଛଡାଇ ନିଆ ଯାଏ ତେବେ ଦେଶରୁ ଅତ୍ୟାଚାର କମିବାର ଆଶଙ୍କା ରଖି ଲାଗୁ ହେବାକୁ ଯାଉଛି ଏହି ନିୟମ।
ସାରା ଦେଶରେ ଏମିତିକି ଭାରତରେ ମଧ୍ୟ ହିଜାବ ବିରୋଧୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଇରାନ କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇରାନରେ ଏ ନେଇ ଏକ ସ୍ବତନ୍ତ୍ର ବିଲ ମଧ୍ୟ ପାସ୍ କରାଯାଇଛି।ଇରାନ ସଂସଦରେ ମୌଲବୀ ମାନଙ୍କ ଦ୍ଵାରା ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି ଏହି ବିଲ୍। ଏହି ବିଲ୍ ଅନୁସାରେ ଦେଶରେ ମହିଳାମାନେ ମନ ଇଛା ଟାଇଟ୍ କିମ୍ବା ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ପାରିବେ ନାହିଁ।
ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଲାଗୁ ହେବ ଏକ ସ୍ଵତନ୍ତ୍ର ୟୁନିଫର୍ମ। ଅନ୍ୟ ପଟେ କହିବାକୁ ଗଲେ ମହିଳା ଓ ପୁରୁଷ ମାନଙ୍କ ବ୍ୟକ୍ତିଗତ ସ୍ବାଧିନତାରେ ଲଗାଯିବ ରୋକ୍। ଏହି ବିଲ୍ ଆଇନ୍ ରେ ପରିଣତ ହେବା ପରେ ଯଦି କେହି ଏହି ବିଲକୁ ଅମାନ୍ୟ କରେ ତେବେ ତାକୁ ଦଶ ବର୍ଷର ଜେଲ ଦଣ୍ଡ ସହିତ ଆର୍ଥିକ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ।