ରାସନ କାର୍ଡଧାରୀଙ୍କ ପାଇଁ ସତର୍କବାଣୀ! କଟିଯିବ ଅଧିକାଂଶ ହିତାଧିକାରୀଙ୍କ ନାଁ, ଜାଣନ୍ତୁ ପୂରା ଖବର

 
Ration card

ଯେଉଁମାନଙ୍କର ରାସନ୍ କାର୍ଡ ରହିଛି ସେମାନେ ହୋଇ ଯାଆନ୍ତୁ ସାବଧାନ! କାରଣ ଯୋଗ୍ୟତା ନଥାଇ ରାସନ କାର୍ଡ ପାଇଥିବା ଲୋକମାନଙ୍କର କାର୍ଡକୁ କାଟି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ସରକାର। ତେବେ, କେବଳ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଅଯୋଗ୍ୟ ଥିବା ଲୋକମାନଙ୍କର ହିଁ ରାସନ କାର୍ଡ କାଟି ଦିଆଯିବ।

Ration card

ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାଇ ରାଜ୍ୟରେ ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଏକାଧିକ ଅଯୋଗ୍ୟ ଅଟନ୍ତି। ତେଣୁ, ନୂଆ ନିୟମ ଅନୁଯାଇ ସେମାନଙ୍କର ପୁଣିଥରେ ଯାଞ୍ଚ କରାଯାଇ ଅଯୋଗ୍ୟ ମାନଙ୍କ ଠାରୁ ରାସନ୍ କାର୍ଡ ଫେରସ୍ତ ନିଆଯିବ। ଯେଉଁମାନେ ରାସନକାର୍ଡ ନଫେରାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି।

Ration card

ତେବେ, ଯେଉଁମାନଙ୍କର ଫ୍ଲାଟ୍‌ କିମ୍ବା ୧୦୦ ବର୍ଗ ମିଟରରୁ ଅଧିକ ଏରିଆର ଘର ଥିବ, ୪ ଚକିଆ ଯାନ ଥିବ କିମ୍ବା ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଥିବ ସେମାନଙ୍କୁ ରାସନ ମିଳିବନାହିଁ। ୨ ଲକ୍ଷ ଏବଂ ସହରରେ ବାର୍ଷିକ ୩ ଲକ୍ଷରୁ ଅଧିକ ରୋଜଗାର ଥିବା ଲୋକେ ମଧ୍ୟ ଏହି ଲିଷ୍ଟରୁ ବାଦ୍ ପଡ଼ିବେ। ତେବେ, ଏଥିନେଇ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ଦ୍ଵନ୍ଦ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।