ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି! ଟାୟାର ଫାଟିବା ନୁହେଁ "ଆକ୍ଟ ଅଫ୍ ଗଡ୍" ଜାଣନ୍ତୁ ପୂରା ଖବର

 
Tyre

ଟାୟାର ଫାଟିବାକୁ ଆକ୍ଟ ଅଫ୍ ଗଡର ଆଖ୍ୟା ଦିଆଯାଇପାରିବ ନାହିଁ। ଏପରି କୌଣସି ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବୀମା କମ୍ପାନୀକୁ କ୍ଷତିପୂରଣ ଦେବାକୁ ହେବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ଏଭଳି ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ବୀମା କମ୍ପାନୀ କ୍ଷତିପୂରଣ ନ ଦେବା ପରେ ହାଇକୋର୍ଟରେ ମକରନ୍ଦ ପଟୱର୍ଦ୍ଧନ ନାମକ ଜଣେ ବ୍ୟକ୍ତିଙ୍କୁ ନ୍ୟାୟ ମିଳିଛି।

Tyre brust

ମିଳିଥିବା ସୂଚନା ଅନୁଯାଇ ୨୦୧୦ ଅକ୍ଟୋବର ୫ରେ ମକରନ୍ଦ ପଟୱର୍ଦ୍ଧନ ନିଜ କାର ଯୋଗେ ପୁନେରୁ ମୁମ୍ବାଇ ଆସୁଥିବା ବେଳେ ଗାଡ଼ି ଚକା ଫାଟି ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଦୁର୍ଘଟଣାରେ ମକରନ୍ଦଙ୍କର ମୃତ୍ୟୁ ଘଟିଥିଲା। ସେ ଏକ ଘରୋଇ କମ୍ପାନୀରେ ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିବା ବେଳେ ୭୦ ହଜ଼ାର ଟଙ୍କା ଦରମା ପାଉଥିଲେ।

High court

ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ନିଉ ଇଣ୍ଡିଆ ଆସ୍ୟୁରାନ୍ସରେ ଦାବି କରିଥିଲେ। ପରିବାରକୁ ୯ ପ୍ରତିଶତ ସୁଧ ସହ ୧.୨୯ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପୁନେର ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ୍ ବୀମା କଂପାନିକୁ ନିର୍ଦେଶ ଦେଇଥିଲେ। କିନ୍ତୁ, ଏହାକୁ ଆକ୍ଟ ଅଫ୍ ଗଡ୍ ବୋଲି ଦର୍ଶାଇ କମ୍ପାନୀ କ୍ଷତିପୂରଣ ଦେବାକୁ ମନା କରି ଦେଇଥିଲା। ପରେ ବମ୍ବେ ହାଇକୋର୍ଟରେ ଜଷ୍ଟିସ୍‌ ଏସ୍‌ ଜି ଡିଗେଙ୍କ ଖଣ୍ଡପୀଠ ସେହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହିତ କ୍ଷତିପୂରଣ ଦେବାପାଇଁ ବୀମା କମ୍ପାନୀକୁ ନିର୍ଦେଶ ଦେଇଛନ୍ତି।