ନିଜ ପିଲାଙ୍କୁ ବାହାରକୁ ବାହାର କରି କାର ଭିତରେ ସେକ୍ସ କରୁଥିଲେ ମହିଳା, ହଠାତ ପହଞ୍ଚିଗଲା ପୋଲିସ ଏବଂ...

 
Sex

ସାଧାରଣତଃ ବାପା ମାଆଙ୍କ ପାଇଁ ତାଙ୍କ ସନ୍ତାନ ହିଁ ସବୁକିଛି ହୋଇଥାଏ। ଯେ କୌଣସି ବିପଦ ଆସିଲେ ମଧ୍ୟ ମାଆଟିଏ ତାର ପିଲାମାନଙ୍କ ପାଇଁ ଢାଲ ହୋଇ ସବୁ ଅସୁବିଧାର ସାମ୍ନା କରିଥାଏ। କିନ୍ତୁ, ଆମେ ଆଜି ଏଭଳି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ପିଲାମାନଙ୍କୁ ଗାଡ଼ି ଭିତରୁ ବାହାର କରି ପର ପୁରୁଷ ସହିତ ଶାରୀରିକ ସମ୍ପର୍କରେ ଲିପ୍ତ ରହିଥିଲେ।

Sex inside car

ଏହି ଘଟଣା ଆର୍ଜେଣ୍ଟିନାର ଲା ପ୍ଲାଟାରେ ଥିବା ପେରେରା ଇଲୋଲା ପାର୍କରେ ଘଟିଯାଇଛି। 'ଦି ସନ୍'ର ଖବର ଅନୁଯାୟୀ ମହିଳା ଜଣକ ତାଙ୍କ ଦୁଇ ପିଲାଙ୍କୁ କାରରୁ ଓହ୍ଲାଇ ଦେଇ ପଛପଟ ସିଟରେ ତାଙ୍କ ପ୍ରେମିକଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାରେ ବ୍ୟସ୍ତ ରହିଥିଲେ। ପାର୍କରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Sex

ମିଳିଥିବା ସୂଚନା ଅନୁଯାଇ ଏହି ମହିଳାଙ୍କ ଦୁଇ ଛୁଆଙ୍କ ବୟସ ମାତ୍ର ୫ ବର୍ଷ ଏବଂ ଆଉ ଜଣଙ୍କ ବୟସ ମାତ୍ର ୨ ବର୍ଷ ଅଟେ। ସେମାନେ ବାହାରେ ଥାଇ କାର କାଚ ବଡ଼ଉଥିବା ବେଳେ ତାଙ୍କ ମାଆ ଭିତରେ ପ୍ରେମିକ ସହ ସେକ୍ସ କରିବାରେ ବ୍ୟସ୍ତ ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଛି। ତେବେ, ଛୋଟ ପିଲାମାନଙ୍କୁ ଶୋଷଣ କରିଥିବା ଅଭିଯୋଗରେ ସେମାନଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।