ଯାଆଁଳା ଭାଇଙ୍କୁ ବିବାହ କରିବା ଯାଆଁଳା ଭଉଣୀଙ୍କୁ ପଡିଲା ମହଙ୍ଗା, ବେଡ଼ରୁମ୍ ରେ ଘଟିଲା ଏମିତି ଘଟଣା

 
ଯାଆଁଳା ଭାଇଙ୍କୁ ବିବାହ କରିବା ଯାଆଁଳା ଭଉଣୀଙ୍କୁ ପଡିଲା ମହଙ୍ଗା, ବେଡ଼ରୁମ୍ ରେ ଘଟିଲା ଏମିତି ଘଟଣା

ସାଧାରଣତଃ ଯାଆଁଳା ପିଲାମାନେ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାନ୍ତି। ତେବେ ଯୁକ୍ତରାଷ୍ଟ୍ରରେ ରହୁଥିବା ବ୍ରିଟାନି ଏବଂ ବ୍ରିଆନା ମଧ୍ୟ ଯାଆଁଳା ଅଟନ୍ତି, ଦୁହେଁ ପିଲାଦିନରୁ ଯୁବା ଅବସ୍ଥା ପର୍ଯ୍ୟନ୍ତ ସବୁକିଛି ଏକାଠି କରିଥାନ୍ତି, ଏପରିକି ଏ ଦୁହେଁ ସମାନ ପୋଷାକ ମଧ୍ୟ ପିନ୍ଧିଥାନ୍ତି। 

ତେବେ ଏହି ଭଉଣୀମାନେ ସେତେବେଳେ ଚର୍ଚ୍ଚା କୁ ଆସିଥିଲେ ଯେତେବେଳେ ସେମାନେ ଏକ ଆଇଡେଣ୍ଟିକାଲ୍ ଟ୍ୱିନ୍ସ ଭାଇମାନଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଏହି ଭଉଣୀମାନେ ପ୍ରାୟ ଏକା ସମୟରେ ସନ୍ତାନ ପ୍ରାପ୍ତ ମଧ୍ୟ କରିଛନ୍ତି। ଏହି ଭଉଣୀମାନେ ଇନଷ୍ଟାଗ୍ରାମରେ ବେସ୍ ପପୁଲାର୍ ଅଟନ୍ତି,ଯେଉଁଥିରେ ଲକ୍ଷ ଲକ୍ଷ ଲୋକେ ସେମାନଙ୍କୁ ଅନୁସରଣ କରିଥାନ୍ତି।

୨୦୧୭ ମସିହାରେ ବ୍ରିଟାନି ଏବଂ ବ୍ରିଆନା ଦୁଇ ଭାଇ ଜୋସ୍ ଏବଂ ଜେରେମିଙ୍କୁ ଭେଟିଥିଲେ। ଏହି ଭଉଣୀମାନେ ଯାଆଁଳା ଭାଇଙ୍କୁ ମାତ୍ର ୬ ମାସ ଡେଟ୍ କରିବା ପରେ ବିବାହ ପ୍ରସ୍ତାବ ରଖିଥିଲେ ଏବଂ ଏହାର କିଛି ଦିନ ପରେ ସେମାନେ ବିବାହ କରିଥିଲେ।

ତେବେ ବିବାହ ପରେ ଚାରିଜଣ ଏକାଠି ଗୋଟିଏ ଘରେ ରହୁଥିବା ଜଣାପଡିଛି। ଏକ ସାକ୍ଷାତକାରରେ ଭଉଣୀମାନେ କହିଛନ୍ତି ଯେ ଅନେକ ଥର ସେମାନେ ନିଜ ସ୍ୱାମୀଙ୍କ ବିଷୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି କିନ୍ତୁ କିଛି ନିର୍ଦ୍ଦିଷ୍ଟ ଚିହ୍ନ ହେତୁ ସେମାନେ ନିଜ ସ୍ୱାମୀଙ୍କୁ ଚିହ୍ନିବାରେ ସକ୍ଷମ ହୋଇଥାନ୍ତି।