କାଷ୍ଟିଂ କାଉଚ୍ ଅଭିଯୋଗ ପରେ ଗର୍ଜିଲେ ଟୁଟୁ ନାୟକ ! ଖୋଲି କି କହିଦେଲେ ପ୍ରକୃତିଙ୍କ ସବୁ ସତ, ଦେଖନ୍ତୁ ଭାଇରଲ ଭିଡ଼ିଓ

 
Casting couch

ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏବେ ପୁଣିଥରେ ଉଠିଛି କାଷ୍ଟିଂ ଝଡ଼। ଆଜ୍ଞା ହଁ, ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ନାମରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ଅଭିନେତ୍ରୀ ଜାସ୍ମିନ୍, ପ୍ରକୃତି ମିଶ୍ର ଏବଂ ପୁପୁନ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଟୁଟୁ ଭାଇ। 

Casting couch

ପ୍ରକୃତରେ କିଛି ଦିନ ତଳେ ଅଭିନେତ୍ରୀ ମାନେ ଏକ ହ୍ଵାଟ୍ସଆପ୍ ଗ୍ରୁପରେ ଚାଟିଂ କରୁଥିବା ବେଳେ ସେମାନଙ୍କ କଥାବାର୍ତ୍ତାର କିଛି ସ୍କ୍ରିନସଟ୍ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯେଉଁଥିରେ ଟୁଟୁ ନାୟକ କାଳେ ଏକ ଫିଲ୍ମରେ ସୁଯୋଗ ଦେବା କଥା କହି ତାଙ୍କୁ ବିଳମ୍ବିତ ରାତିରେ ଏକ ପବ୍ କୁ ଡାକିଥିବା ଜାସ୍ମିନ କହିଥିଲେ। କେବଳ ସେତିକି ନୁହେଁ ରାତିରେ ତାଙ୍କ ପାଖକୁ ଯିବାକୁ ମନା କରିଦେବାରୁ ଟୁଟୁ ନାୟକ ତାଙ୍କୁ ଫିଲ୍ମରୁ ବାହାର କରିଦେବା ସହିତ ତାଙ୍କ ନାମରେ ଅପପ୍ରଚାର କରୁଥିବା ଜାସ୍ମିନ୍ ଅଭିଯୋଗ କରିଛନ୍ତି। 

Tutu nayak

ତେବେ, ଏହି ମାମଲାରେ ପ୍ରଥମେ ଆଗକୁ ଆସିଥିଲେ ପ୍ରକୃତି ମିଶ୍ର ଏବଂ ସେ ଗଣମାଧ୍ୟମ ଆଗରେ ସିଧାସଳଖ ଭାବରେ ଟୁଟୁ ଭାଇଙ୍କୁ ଟାର୍ଗେଟ କରିଥିଲେ। ଯାହାପରେ ଗଣମାଧ୍ୟମ ଆଗରେ ଟୁଟୁ ଭାଇ ମଧ୍ୟ ନିଜର ପକ୍ଷ ରଖିଛନ୍ତି। ସେ ଜାସ୍ମିନଙ୍କୁ ସେଭଳି କିଛି ଅଫର୍ ଦେଇନଥିବା କହିଛନ୍ତି। କେବଳ ସେତିକି ନୁହେଁ ବରଂ ଅଭିଯୋଗକୁ ନେଇ ସଞ୍ଜୟ ନାୟକ ବେସ୍ ରାଗିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। 

ବାବୁସାନ୍ ଏବଂ ପ୍ରକୃତିଙ୍କ ମଧ୍ୟରେ ହୋଇଥିବା ବିବାଦ ବେଳେ ଅନ୍ୟର ଘର ନ ଭାଙ୍ଗିବାକୁ ଟୁଟୁ ଭାଇ ପ୍ରକୃତିଙ୍କୁ ଗଣମାଧ୍ୟମରେ କହିଥିଲେ। ଯାହାର ଏକ ପ୍ରକାର ପ୍ରତିଶୋଧ ନେବାକୁ ଯାଇ ପ୍ରକୃତି ଏଭଳି ମିଥ୍ୟା ଅଭିଯୋଗ ଲଗାଇଥିବା କହିଛନ୍ତି ଟୁଟୁ ନାୟକ। ନିଜ ବାଇଟରେ "ତୁ ନଙ୍ଗୁଳି ବୋଲି କଣ ମୁଁ ନଙ୍ଗୁଳି, ରାତିରେ ମଦ ଗଞ୍ଜେଇ ପିଇ ତୁମେମାନେ ଦିନ ୧୦ ପର୍ଯ୍ୟନ୍ତ କାମକୁ ଆସିନଥାଅ" ବୋଲି ମୁଁ କଣ ଜାଣିନି ବୋଲି କହିଛନ୍ତି ଟୁଟୁ ନାୟକ। ଏବେ ତାଙ୍କର ଏଭଳି ଖୁଲମ ଖୁଲା ବୟାନ ପରେ ଏହି ବିବାଦ ଆହୁରି ଆଗକୁ ବଢିବ ବୋଲି ଆଶଙ୍କା କରାଯାଉଅଛି।