ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ MMS ଲିକ୍ ହେବା ପରେ ସୋସିଆଲ ମିଡିଆରେ କହିଲେ- ମୋ ସହ ଧୋକା ହେଇଛି ଏବଂ..

 
trisha

ଭୋଜପୁରୀ ନୃତ୍ୟ ଶିଳ୍ପୀ ତଥା ଚର୍ଚ୍ଚିତ କଳାକାର ତ୍ରିଶାକର ମଧୁଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। ପ୍ରକୃତରେ କିଛି ଦିନ ତଳେ ତାଙ୍କର ଏକ MMS ଭିଡ଼ିଓ ଲିକ୍ ହୋଇଥିଲା। ଯେଉଁଥିରେ ସେ ଜଣେ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ଲିକ୍ ହେବାପରେ ମଧୁଙ୍କୁ ଲୋକେ ଟ୍ରୋଲ କରୁଥିବା ବେଳେ ତାଙ୍କ ସମର୍ଥକ ଏବଂ ଶତ୍ରୁମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Mms

ବିଭିନ୍ନ ମହଲରୁ ତାଙ୍କୁ ଏଥିପାଇଁ ନିନ୍ଦିତ ହେବାକୁ ପଡ଼ୁଥିବାରୁ ଏବେ ସେ ନିଜେ ଲାଇଭ ଭିଡ଼ିଓ ମାଧ୍ୟମରେ ମୁହଁ ଖୋଲିଛନ୍ତି। ତ୍ରିଶାକର ମଧୁ କହିଛନ୍ତି ଯେ," ଭଗବାନ ସବୁ ଦେଖୁଛନ୍ତି, ମୋତେ ଅପମାନିତ କରିବା ପାଇଁ ମୋ ପ୍ରାଇଭେଟ ଭିଡ଼ିଓ କୁ ଲିକ୍ କରିଦିଆଯାଇଛି। ବିହାରରେ ଏଭଳି ଖଳ ପ୍ରାକୃତିର ଲୋକ ଥାଇ ପାରନ୍ତି ମୁଁ ଜାଣି ନଥିଲି। ଆପଣଙ୍କ ଘରେ ମଧ୍ୟ ମାଆ ଭଉଣୀ ଅଛନ୍ତି ତେଣୁ ଅଯଥା କଥା ବଢ଼ାନ୍ତୁ ନାହିଁ। ଯଦି ମୋ ପ୍ରସଂଶକ ହୋଇଥିବେ ତେବେ ଭିଡ଼ିଓଟିକୁ ଡିଲିଟ୍ କରି ଦିଅନ୍ତୁ"।