ମେସିଙ୍କ ଲୁହ ପୋଛା ଟିସୁ ପେପର୍ ଏତେ କୋଟି ଟଙ୍କାରେ ହେବ ନିଲାମ ! କାରଣ ଜାଣିଲେ ଜାଣିଲେ ତାଯୁବ ହେବେ ଆପଣ

 
Messi tissue paper

ଦୁନିଆର ଶ୍ରେଷ୍ଠ ଫୁଟବଲ ଖେଳାଳିମାନଙ୍କ ମଧ୍ୟରେ ଲିଓନେଲ ମେସିଙ୍କ ନାମ ଶୀର୍ଷରେ ରହିଥାଏ। ଆର୍ଜେଣ୍ଟିନାରେ ଜନ୍ମିତ ଏହି ଖେଳାଳି ଫୁଟବଲ ଖେଳରେ ନିଜର ପରିପକ୍ୱତା ଏବଂ ସ୍କିଲ୍ସ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମେସି ଦୀର୍ଘଦିନ ହେବ ସ୍ପେନର ବର୍ସିଲୋନା ଫୁଟବଲ କ୍ଲବ ସହିତ ଜଡିତ ଥିବାବେଳେ ଦୀର୍ଘ ୨୧ ବର୍ଷ ପରେ ବାର୍ସିଲୋନା ଛାଡ଼ି ପ୍ୟାରିସ ସେଣ୍ଟ ଜର୍ମେନ ଫୁଟ୍‌ବଲ କ୍ଲବ୍‌ରେ ଯୋଗ ଦେଇଛନ୍ତି।

Tissue paper for auction

ତେବେ ବାର୍ସିଲୋନା ଛାଡ଼ିବା ପୂର୍ବରୁ ଯୋଗ ଦେଇଥିବା ପ୍ରେସ କନଫରେନ୍ସରେ ମେସି ଭାବବିହ୍ୱଳ ହୋଇ କାନ୍ଦି ପକାଉଥିବାର ଦେଖିବାକୁ ମିଳିଥିଲା। ତେବେ, ସେ କାନ୍ଦିବା ପରେ ବ୍ୟବହାର କରିଥିବା ଟିସୁଟି ବର୍ତ୍ତମାନ ଉଚ୍ଚା ଦରରେ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାଇ, କାଟାଲୋନିଆରେ ଆୟୋଜିତ ମେସିଙ୍କ ବିଦାୟ ସମ୍ବର୍ନ୍ଧନାରେ ଜଣେ ବ୍ୟକ୍ତି ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ମେସି ଲୁହ ପୋଛିଥିବା ଟିସୁକୁ ସେ ଡଷ୍ଟବିନ୍‌ରୁ ଉଦ୍ଧାର କରି ବିକ୍ରି କରିବାକୁ ଅନେକ ଲୋକପ୍ରିୟ ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେଇଥିବା ଜଣାଯାଇଛି।

Messi

ବ୍ୟକ୍ତି ଜଣକ ଟିସୁରେ ମେସିଙ୍କ ଜିନ୍‌ଗତ ଉପକରଣ ରହିଛି, ଯାହା ଭବିଷ୍ୟତରେ ଏହି କିମ୍ବଦନ୍ତୀ କ୍ରୀଡ଼ାବିତ୍‌ଙ୍କ କ୍ଲୋନ୍‌ ତିଆରି କରିବାରେ ମାର୍ଗ ଦର୍ଶକ ହୋଇପାରିବ ବୋଲି ଦାବି କରିବା ସହ ଏହାର ମୂଲ୍ୟ ୭.୫ କୋଟି ଟଙ୍କା ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେସି ଚଳିତ ମାସ ୮ ତାରିଖରେ ନିଜର ବିଦାୟୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ତେବେ, ବିକ୍ରି ପାଇଁ ଉଦ୍ଧିଷ୍ଟ ଏହି ଟିସୁଟିକୁ ଏପର୍ଯ୍ୟନ୍ତ କେହି କିଣି ନଥିବା ସୂଚନା ମିଳିଛି।