ଛି ଲଜ୍ଜା ! ଚର୍ଚ୍ଚ ବାହାରେ ଓରାଲ୍ ସେକ୍ସ କଲେ ଦମ୍ପତ୍ତି, ଫୋଟୋ ଭାଇରାଲ ହେବାପରେ ମିଳିଲା ଏହି ଦଣ୍ଡ

 
Oral sex

ଋଷିଆର ଜଣେ ଟିକଟୋକର ଏବଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଏକ ଚର୍ଚ୍ଚ ସାମ୍ନାରେ ଅଶ୍ଳୀଳ ପୋଜ୍ ଦେଇ ଫୋଟୋ ଉଠାଇଥିବାରୁ ଗିରଫ କରାଯାଇଛି। ସେମାନେ ରାଜଧାନୀ ମସ୍କୋର ରେଡ୍ ସ୍କୋୟାରରେ ଥିବା ଏକ କ୍ୟାଥେଡ୍ରାଲ୍ ଚର୍ଚ୍ଚ ବାହାରେ 'ଯୌନ କାର୍ଯ୍ୟକଳାପର' ନକଲ କରି ଫୋଟୋ ଉଠାଇଥିଲେ।  ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ତାଜିକିସ୍ଥାନର ଜନ୍ମିତ ଟିକଟକର ରୁସଲାନ୍ ମାରୋଡଜୋନଜୋଡା ଏବଂ ଋଷିଆର ଆନାସ୍ତାସିଆ ଚିଷ୍ଟୋଭାଙ୍କୁ ମସ୍କୋର 'ଟଭରସ୍କୋ' କୋର୍ଟ ଦଣ୍ଡିତ କରିଛନ୍ତି।

Oral sex

ଖବର ଅନୁଯାଇ ମସ୍କୋରେ ସେଣ୍ଟ୍ ବେସିଲ୍ କ୍ୟାଥେଡ୍ରାଲ୍ ଚର୍ଚ୍ଚ ବାହାରେ ଦୁହେଁ ଓରାଲ୍ ସେକ୍ସ କରୁଥିବାର ନକଲ କରି ଫୋଟୋ ଉଠାଇଥିଲେ। ଏହି ଫୋଟୋ ଏବଂ ଭିଡ଼ିଓ ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା ଯାହାପରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋଷିଆରେ ଏହି ଜିନିଷଗୁଡ଼ିକ ଉପରେ କଡା ନିୟମ ପ୍ରଣୟନ ହୋଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶାସନ ସମୟରେ ଏହି କାର୍ଯ୍ୟ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି।

ଭାଇରାଲ ହେଉଥିବା ପୋଷ୍ଟରେ ରୁସଲାନ୍ ଚର୍ଚ୍ଚ ସମ୍ମୁଖରେ ଠିଆ ହୋଇଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଆନାସ୍ତାସିଆ ତାଙ୍କ ଆଗରେ ଆଣ୍ଠୁମାଡି ବସି ଓରାଲ୍ ସେକ୍ସ କରୁଥିବାର ପୋଜ୍ ଦେଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଦେଖିବା ପରେ ସେପ୍ଟେମ୍ବର ମାସରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଏହି ଫୋଟୋରେ ମହିଳା ଜଣକ ଋଷିଆ ପୋଲିସ୍ ଜ୍ୟାକେଟ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫୋଟୋ ପୋଷ୍ଟ କରିବାର ୧୦ ଦିନ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବ୍ଲଗର୍ ଏଥିପାଇଁ କ୍ଷମା ମାଗିଥିବା ବେଳେ ୫୨୪୪ ଟଙ୍କା ଜରିମାନା ମଧ୍ୟ ଦେଇଥିବା ଜଣାଯାଇଛି।