ଦେଖନ୍ତୁ ଭିଡ଼ିଓ: ହଠାତ ଆକ୍ରମଣ କଲା ମହାବଳ ବାଘ, କାରକୁ ପଛରୁ ଟାଣି ଧରିଲା, ଲୋକେ ଭୟରେ ଥରି ଉଠିଲେ 

 
Tiger attack

କାର ଧରି ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ ଟାଣି ଧରିଲା ମହାବଳ ବାଘ। କର୍ଣ୍ଣାଟକ ସ୍ଥିତ ବନେରଘାଟ ଜାତୀୟ ପାର୍କରୁ ଆସିଛି ଏଭଳି ଏକ ଭୟଙ୍କର ଦୃଶ୍ୟ। ତେବେ, ଏହି ଘଟଣାର ଏକ ଭିଡ଼ିଓ କ୍ୟାମେରାରେ କଏଦ ହୋଇଥିବା ବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ ଉକ୍ତ ପର୍ଯ୍ୟଟକମାନେ ବନେରଘାଟ ଜାତୀୟ ପାର୍କ ବାଟ ଦେଇ ଉଟି ଯାଉଥିଲେ। ଏହି ସମୟରେ ତାଙ୍କର ଗାଡ଼ି ଖରାପ ହୋଇଯାଇଥିଲା। ତେବେ, ସେଠାକୁ ଏକ ବାଘ ଆସି କାର ପଛକୁ ଟାଣିବାକୁ ଲାଗିଥିଲା। ଦୃଶ୍ୟଟି ଭୟଙ୍କର ହୋଇଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ଆନନ୍ଦ ମହିନ୍ଦ୍ରା ପୋଷ୍ଟ କରିଥିଲେ। କାରଟି ବାଘକୁ ଭଲ ଲାଗିବାରୁ ସେ ଏହାକୁ ଟାଣୁଛି ବୋଲି ଆନନ୍ଦ କଟାକ୍ଷ କରି କହିଛନ୍ତି।