ଏଥର ହୋଲିରେ ପଡୁଛି ଚନ୍ଦ୍ର ଗ୍ରହଣ, ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ୍

 
Holi

୧୪ ମାର୍ଚ୍ଚରେ ହୋଲି । ପୂରା ଦେଶରେ ଜମିବ ଉତ୍ସବର ମାହୋଲ । ପିଲାଠୁ ବୁଢା ସମସ୍ତେ ହୋଲି ରଙ୍ଗରେ ରଙ୍ଗେଇ ହେବେ । ହେଲେ ସେହିଦିନ ଚନ୍ଦ୍ରଗ୍ରହଣ ଲାଗୁଛି । ତେଣୁ ଘରେ ଖାଇବା ବେଳେ କିଛି ନିୟମ ପାଳନ କରିବାକୁ ଜ୍ୟୋତିର୍ବିଦମାନେ ପରାମର୍ଶ ଦେଇଛନ୍ତି । ନଚେତ୍‌ ଆପଣଙ୍କର ସମସ୍ୟା ଉପୁଜିପାରେ । ତେବେ ହୋଲି ପର୍ବ ଚଳିତ ବର୍ଷ ୧୪ ମାର୍ଚ୍ଚ ୨୦୨୫ରେ ପାଳନ କରାଯିବ। 

ହୋଲି ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ପାଲନ କରାଯାଇଥାଏ। ତେବେ ଏଥର ପୂର୍ଣ୍ଣିମା ତିଥିର ଆରମ୍ଭ ୧୩ ମାର୍ଚ୍ଚ ସକାଳ ୧୦ଟା ୩୫ ମିନିଟରେ ହେବ। ୧୪ ମାର୍ଚ୍ଚ ଦ୍ୱିପ୍ରହର ୧୨ଟା ୨୩ ମିନିଟରେ ପୂର୍ଣ୍ଣିମା ତିଥିର ସମାପ୍ତ ହେବ। ହୋଲିକା ଦହନ ୧୩ ମାର୍ଚ୍ଚରେ କରାଯିବ। କାରଣ ହୋଲି ଦିନ ଚନ୍ଦ୍ରଗ୍ରହଣ ରହିବ। ୧୪ ମାର୍ଚ୍ଚ ସକାଳ ୯ଟା ୨୯ ମିନିଟରୁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଯାହା ଦ୍ୱିପ୍ରହର ୩ଟା ୨୯ ମିନିଟ ପର୍ଯ୍ୟନ୍ତ ରହିବ।

Holi

ଏହି କାମ କରନ୍ତୁନି:
୧-ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ସମୟ କୁହାଯାଇଥାଏ, ଏହି ସମୟରେ କୌଣସି ମଧ୍ୟ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ।
୨-ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କରନ୍ତୁ ନାହିଁ, କାରଣ ଗ୍ରହଣ ସମୟରେ ରୋଷେଇ ଏବଂ ଖାଦ୍ୟ ଖାଇବା ନିଷେଧ।
୩-ଏହି ସମୟରେ ଘରୁ ବାହାରନ୍ତୁ ନାହିଁ। ଖାସକରି ଗର୍ଭବତୀ ମହିଳା ଘରୁ ନ ବାହାରିବା ଆବଶ୍ୟକ।
୪-ଏହି ସମୟରେ ବିଲକୁଲ ବି ମନ୍ଦିର କିମ୍ବା ଘରର ଠାକୁର ଘରକୁ ସ୍ପର୍ଶ କରନ୍ତୁ ନାହିଁ।
୫-ଚନ୍ଦ୍ରଗ୍ରହଣ ସମୟରେ ନ ଶୋଇବା ଆବଶ୍ୟକ। କୁହାଯାଇଥାଏ ଯେ, ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।