ଧନତେରସ ଦିନ ସୁନା କିଣି ନ ପାରିଲେ, କିଣି ଆଣନ୍ତୁ ଘରକୁ ଏହି ୫ଟି ଜିନିଷ, ହେବ ଧନ ବୃଦ୍ଧି

 
Dhanteras

ଚଳିତ ବର୍ଷ ନଭେମ୍ବର ୧୦ ତାରିଖରେ ପାଳିତ ହେବାକୁ ଯାଉଛି ଧନତେରସ୍ ।  ହିନ୍ଦୁ ପରମ୍ପରା ଅନୁଯାୟୀ ଏହି ଦିନଟି ବେଶ୍ ପବିତ୍ର ହୋଇଥାଏ । ଏହି ଦିନ ଧନର ଦେବୀ ମା ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରାଯାଇଥାଏ ।

ଶୀତ

ଏହି ଦିନକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ବିଶ୍ୱାସ ରହିଥାଏ । ବିଶ୍ୱାସ ରହିଛି ଯେ ଏହି ଦିନ ସୁନା , ଚାନ୍ଦି କିମ୍ବା ରୂପା କିିଣିବା ଶୁଭଙ୍କର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଭଳି ଜିନିଷ ସବୁ ଘରକୁ ଆଣିଲେ ମାଆ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

କେବଳ ସୁନା , ଚାନ୍ଦୀ କି ରୂପା ନୁହେଁ ଏପରି ଅନେକ କିଛି ଜିନିଷ ରହିଛି ଯାହା ଦ୍ଵାରା ସେ ଦିନ ଟି ସୁଭମୟ ହୋଇଥାଏ କୁହାଯାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ-

Dhanteras

୧- ମାନ୍ୟତା ଅଛି ଭଗବାନ ଧନତାରି ଯେବେ ପ୍ରକଟ ହୋଇଥିଲେ ସେତେବେଳେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ । ଧନତେରସ ଦିନ ପିତଳ ପାତ୍ର ବହୁତ ଶୁଭ ହୋଇଥାଏ ।

୨- ଧନତେରସ ଦିନ ରୂପାର କିଛି ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ । ଏହି ଦିନ ରୂପା ଜିନିଷ କିଣିଲେ ଯଶ, କୀର୍ତ୍ତି ଓ ସମ୍ମାନ ବୃଦ୍ଧି ହୋଇଥାଏ ।

୩- ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମଙ୍କ ସହ କଉଡି ପ୍ରକଟ ହୋଇଥିଲେ । ଧନତେରସ ଦିନ କଉଡି ଘରକୁ ଆଣିଲେ ଶୁଭ ହେବା ସହ ଧନରେ ବୃଦ୍ଧି ହୋଇଥାଏ ।

୪- ଧନତେରସ ଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ସ୍ଥାପନ କରିଲେ ବର୍ଷ ସାରା ଧନର ଅଭାବ ରୁହେ ନାହି ।

୫- ଧନତେରସ ଦିନ ଗୋଟା ଧନିଆ ଘରକୁ ଆଣିଲେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଦୀପାବଳି ଦିନ ଧନିଆ ପୂଜା କରି ଘରର ଚାରିଦିଗରେ ସିଂଚନ କରନ୍ତୁ ।

୬- ଧନତେରସ ଦିନ ଘରକୁ ଶଙ୍ଖ ଆଣି ଦୀପାବଳି ଦିନ ପୂଜା କରି ବଜାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୭- ଧନତେରସ ଦିନ ଝାଡୁ ଘରକୁ ଆଣି ଦୀପାବଳିରେ ଏହାର ବ୍ୟବହାର କରନ୍ତୁ । ଏହା ଦ୍ଵାରା ଘରୁ ନେଗେଟିଭ ଊର୍ଜା ବାହାରିଯାଏ। ଝାଡୁ କିଣିବା ଦ୍ୱାରା ଅନେକ ଭଲ ଫଳ ମିଳିଥାଏ ଏହି ଦିନ ଘରକୁ ଝାଡୁ କିଣି ଆଣିବା ଦ୍ୱାରା ମାଆ ଲକ୍ଷ୍ମୀ ଙ୍କର ବିଶେଷ କୃପା ରହିଥାଏ । ଦାରିଦ୍ର୍ୟ ଦୂର ହୋଇଥାଏ ।

୮- ଧନତେରସ ଦିନ ଲୁଣ ଘରକୁ ଆଣି ପାଣିରେ ପକାଇ ସିଂଚନ କରିଲେ ପୁରୁଣା ରୁଣରୁ ମୁକ୍ତି ମିଳିଥାଏ ।

୯- ଧନତେରସ ଦିନ ମାଟିରେ ତିଆରି ହୋଇଥିବା କଳସ ବା ମାଠିଆ ଘରକୁ ଆଣି ଉତ୍ତର ଦିଗରେ ଜଳ ଭରି ରଖନ୍ତୁ । ଏପରି କରିଲେ ଧନର ଅଭାବ ହୁଏ ନାହି ।

୧୦- ଧନତେରସ ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିଲେ ଶୁଭ ହୋଇଥାଏ । ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତିକି ଏହି ଶଙ୍ଖରେ ପାଣି ଭାରି ସ୍ନାନ କରନ୍ତୁ ।