ରାମ ମନ୍ଦିର ନିର୍ମାଣ ନିମନ୍ତେ କେଉଁ ରାଜ୍ୟ କଲା ସବୁଠାରୁ ଅଧିକ ଦାନ? ଜାଣିଲେ ତାଯୁବ ହେବେ ଆପଣ
ବୋଧହୁଏ ଆପଣ ଏପରି ଦାନ କେବେ ଦେଖି ନଥିବେ। ମନ୍ଦିରକୁ ଦାନ ଦେବାର ରେକର୍ଡ ଯାହାକି ବର୍ତ୍ତମାନ ହଜାରେ କୋଟିରେ ପହଞ୍ଚିଛି। ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଦିନ ପାଳନ ହେବାକୁ ଯାଉଥିବା ବେଳେ ଲୋକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି। ଏଥିପାଇଁ ଭକ୍ତମାନେ ମଧ୍ୟ ଖୋଲା ମନରେ ଦାନ ଦେଉଛନ୍ତି।
ରାମ ମନ୍ଦିର ଏବେ ସୁନାର ରାମ ମନ୍ଦିର ହବାରେ ଲାଗିଛି | କାରଣ ସବୁ ପାର୍ଶ୍ୱରେ ସୁବର୍ଣ୍ଣ ଦ୍ୱାର ଏବଂ ଅନେକ ଅଳଙ୍କାର ଖଞ୍ଜା ଯାଇଛି। କେଉଁ ରାଜ୍ୟ ସବୁଠାରୁ ଅଧିକ ଦାନ କରିଛି ସେଥି ନେଇ ଆପଣ ମାନେ ମଧ୍ୟ ଦ୍ୱନ୍ଦ୍ୱରେ ଥିବେ ନିଶ୍ଚୟ। ତେବେ, ଆସନ୍ତୁ ଏହା ବିଷୟରେ ଜାଣିବା।
ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଗୁଜୁରାଟ ସବୁଠାରୁ ଅଧିକ ଦାନ କରିଛି। ଉତ୍ତରପ୍ରଦେଶରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ଦାନ କ୍ଷେତ୍ରରେ ଗୁଜୁରାଟ ଆଗୁଆ ରହିଛି। ଏହି ରାଜ୍ୟ ଖୋଲା ହସ୍ତରେ ଦାନ କରିବାରେ ଲାଗିଛି ଏବଂ ସେହି ରାଜ୍ୟର କିଛି ଲୋକ ଏପରି ଦାନ କରିଛନ୍ତି ଯାହାକି ଏକ ରେକର୍ଡ ଅଟେ। ଏ ସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର।
Follow our WhatsApp channel and get all the Latest news:-
ଏଠାରେ କହି ରଖୁଛୁ ଯେ ଗୁଜୁରାଟରୁ କୋଟି କୋଟି ଟଙ୍କାର ଦାନ ଆସିଛି, ଯାହା ସର୍ବାଧିକ ଦାନରେ ଗଣନା କରା ଯାଇଛି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୫୦୦ ରୁ ୫୦୦୦ କୋଟି ଟଙ୍କା ଦାନ ଗ୍ରହଣ କରାଯାଇଛି। ଯେତେବେଳେ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା, ସେତେବେଳେ କେହି ଭାବି ନଥିଲେ ଯେ ଏତେ ପରିମାଣର ଦାନ ଗ୍ରହଣ କରାଯିବ। ସେହି ଦାନ ଟଙ୍କା ଦ୍ୱାରା ମନ୍ଦିରର ପ୍ରଥମ ମୋହଲ ନିର୍ମାଣ କରାଯିବ।
ତେବେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରୁ ଏଭଳି ସୂଚନା ଗ୍ରହଣ କରାଯାଇଛି। ପୂର୍ବରୁ ଦେଶରେ ୧୧ କୋଟି ୯ ଲକ୍ଷ ଲୋକଙ୍କଠୁ ୯୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସମୟ ଗଡିବା ସହିତ ବର୍ତ୍ତମାନ ଜଣା ପଡିଛି ଯେ ୫୫୦୦ କୋଟିରୁ ଅଧିକ ଟଙ୍କା ଦାନ ଗ୍ରହଣ କରାଯାଇଛି। ଗୁଜରାଟ ହେଉଛି ସେହି ରାଜ୍ୟ ଯିଏ କି ଅନ୍ୟମାନଙ୍କ ମଧ୍ୟ ରୁ ସର୍ବାଧିକ ଦାନ କରିଛି। ଏହି ସମୟରେ, ସମଗ୍ର ଦେଶର ଲୋକମାନେ ଉତ୍କଣ୍ଠାର ସହିତ ୨୨ ତାରିଖ ରାମ ମନ୍ଦିର ପ୍ରତିଷ୍ଠାକୁ ଅପେକ୍ଷା କରି ରହିଛନ୍ତି।
ଆହୁରି ପଢ଼ନ୍ତୁ:- ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ଅଛନ୍ତି ଏହି ସ୍ଥାନରେ, ୮୦ ବର୍ଷରେ ବି ଲାଗନ୍ତି ବିୟୁଟିଫୁଲ୍, ଜାଣନ୍ତୁ କେମିତି