ରାମ ମନ୍ଦିର ପ୍ରତିଷ୍ଠା ପଛରେ ଅଛି ଏହି ଦିବ୍ୟ ମାଙ୍କଡ଼ର ହାତ, କୋର୍ଟରେ ନବସିଥିଲେ ରାୟ ହୋଇ ପାରିନଥାନ୍ତା, ଜାଣନ୍ତୁ ପୁରା ଖବର

 
Ram mandir Monkey
ରାମ ମନ୍ଦିର ହେବ ଆଉ ସେଥିରେ ହନୁମାନଙ୍କର କୌଣସି ଭୂମିକା ରହିବ ନାହିଁ ଏହା କଣ ସମ୍ଭବ ! କୁହାଯାଏ ରାମଙ୍କ ପ୍ରସଙ୍ଗ ଯେଉଁଠାରେ ଆଲୋଚନା ହୁଏ ସେଠାରେ ସ୍ଵୟଂ ହନୁମାନ ବିରାଜମାନ କରନ୍ତି । ଠିକ୍ ସେହିପରି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଏକ ବଡ ଅବଦାନ ରହିଥିଲା ପ୍ରଭୁ ଶ୍ରୀ ହନୁମାନଙ୍କର । ହୁଏ ତ ସିଏ ସେ ଦିନ ମାଙ୍କଡ ବେଶରେ କୋର୍ଟ କୁ ନ ଯାଇଥିଲେ କୋର୍ଟର ରାୟ ରାମ ମନ୍ଦିର ସପକ୍ଷରେ ହୋଇ ନ ଥାନ୍ତା ।

Babri masjid

ଜାଣନ୍ତୁ ସମ୍ପୂର୍ଣ ଘଟଣା । କିପରି ମାଙ୍କଡଟିର ସହଯୋଗରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀରାମ ମନ୍ଦିର ।

ସମୟ ୧୯୮୬ ମସିହା । ଅଯୋଧ୍ୟାର ସେହି ସ୍ଥାନରେ ବାବ୍ରି ମସଜିଦ ପ୍ରତିଷ୍ଠା ନେଇ ମୋକଦ୍ଦମା ବସିଥିଲା । ସେହି ଦିନ କୋର୍ଟ ରାୟ ଦେଇଥିଲେ ଯେ ବାବ୍ରି ମସଜିଦର ତାଲା ଖୋଲିବା ପାଇଁ । ଏହି ଶୁଣାଣି ହାଇଜାବାଦ୍ ଜିଲ୍ଲା କୋର୍ଟରେ ଚାଲିଥିଲା । ଏହି ସମୟରେ ଏକ କଳା ରଙ୍ଗର ମାଙ୍କଡ ଟିଏ କୋର୍ଟ ଭିତରେ ପ୍ରବେଶ କରିଥିଲା ।

ସେହି ଦିନ ମାଙ୍କଡଟି କୋର୍ଟର ଶୁଣାଣି ଚାଲିବା ପର୍ଯ୍ୟନ୍ତ ଅଖିଆ ଅପିଆ ହୋଇ ପଡ଼ି ରହିଥିଲା କୋର୍ଟର ଛାତ ଉପରେ । ଏକଥା କୌଣସି ମନ ଗଢା କାହାଣୀ ନୁହେଁ । ବରଂ ଏହି କଥା ନୁହେଁ ବିଚାରପତି କୃଷ୍ଣ ମୋହନ ପାଣ୍ଡେ ତାଙ୍କ ଆତ୍ମଜୀବନୀ ଭୟେସ ଅଫ୍ କନ୍ସେଣ୍ଟ ପୁସ୍ତକରେ ଲେଖିଥିଲେ ।

ସେ ଆହୁରି ମଧ୍ୟ ଲେଖିଥିଲେ ସେଦିନ ସେ କୋର୍ଟରୁ ଘରକୁ ଯିବା ପରେ ସେହି ମାଙ୍କଡଟି ତାଙ୍କ ଘର ସାମ୍ନାରେ ବସିଥିଲା । ଯାହା ଦେଖି ସେ ସଂପୂର୍ଣ୍ଣ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ଓ ଉକ୍ତ ସ୍ଥାନରେ ସେହି ମାଙ୍କଡଟିକୁ ଆଣ୍ଠୁ ମାଡ଼ି ପ୍ରଣାମ କରିଥିଲେ । ସେହି ଦିନ ଠାରୁ ଆଜି ଯାଏଁ ସେ କେବେ ବି ସେହି ମାଙ୍କଡଟିକୁ ଦେଖି ନାହାନ୍ତି । 

Ram mandir

ସେ ଥିଲା ଏକ ସଂଘର୍ଷର ଦିନ ଏବଂ ଆଜି ହେଉଛି ଉତ୍ସବର ଦିନ । ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଅଯୋଧ୍ୟାର ରାମ ମନ୍ଦିର । ଏହି ପରିପ୍ରେକ୍ଷୀରେ ଆଜି ବି ଅନେକ ଲୋକ ଯେଉଁମାନେ ଏହି ପୂର୍ବ ଘଟଣା ସହ ପରିଚିତ ମନେ ପକାଇଛନ୍ତି ସେହି ମାଙ୍କଡଟିକୁ ।