ଦେଖନ୍ତୁ ଭିଡ଼ିଓ: ଏଥିପାଇଁ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିପାରିଲେ ନାହିଁ ରାନୀ ପଣ୍ଡା, କହିଲେ ବଡ଼ କାରଣ

 
Rani panda

ଲିଭର୍ ସିରୋସିସ୍ ଭଳି ମାରାତ୍ମକ ରୋଗରେ ଶିକାର ହୋଇ ଜୀବନ ମରଣ ସହିତ ଲଢ଼ୁଛନ୍ତି ଓଲିଉଡ ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ। ତାଙ୍କର ଲିଭର ପ୍ରାୟ ୮୦ ପ୍ରତିଶତ ନଷ୍ଟ ହୋଇ ଯାଇଥିବା ବେଳେ ଦିଲ୍ଲୀ ସ୍ଥିତ ଆଇଏଲବିଏସ୍ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ, ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହିଁ ବଞ୍ଚିବାର ଶେଷ ଉପାୟ ବୋଲି ଡାକ୍ତରମାନେ କହିଛନ୍ତି।

Pintu nanda

ଲିଭର୍ ଡୋନର୍ ଠିକ୍ ହୋଇଛନ୍ତି ସତ କିନ୍ତୁ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଦରକାର ହେଉଛି। ପିଣ୍ଟୁ ନନ୍ଦଙ୍କ ପରିବାର ଏତେ ଟଙ୍କା ଯୋଗାଡ କରିବାରେ ସଫଳ ହୋଇ ପାରୁନଥିବା ବେଳେ ତାଙ୍କ ପାଇଁ କ୍ରାଉଡ୍ ଫଣ୍ଡିଂ କରାଯାଉଛି। ଏଭଳି ପରିସ୍ଥିତିରେ ଅନେକ ଅଭିନେତା ଅଭିନେତ୍ରୀ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି। ଏହାରି ଭିତରେ ରାନୀ ପଣ୍ଡା ଏଥିନେଇ ଏକ ଭିଡ଼ିଓ ସେୟାର କରି ଜଣାଇଛନ୍ତି। ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ରହିଥିବା ଏବଂ ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଚାଲିଥିବା ହେତୁ ସେ ଏପର୍ଯ୍ୟନ୍ତ ସୁଦ୍ଧା ପିଣ୍ଟୁଙ୍କୁ ସାହାଯ୍ୟ କରି ପାରିନଥିବା କହିଛନ୍ତି। କିନ୍ତୁ, ଭଗବାନଙ୍କ ଆଗରେ ତାଙ୍କର ଅଶୁ ଆରୋଗ୍ୟ କାମନା କରିବା ସହିତ ଆଗକୁ ଆର୍ଥିକ ସାହାଯ୍ୟ କରିବେ ବୋଲି ରାନୀ ପଣ୍ଡା ସୂଚନା ଦେଇଛନ୍ତି।