ଭୁଲ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏମିତି, 100% ଫେରିପାଇବେ ଆପଣଙ୍କ ଟଙ୍କା….

 
wrong bank account

ଆଜିକାଲି ହେଉଥିବା ଅନଲାଇନ ଠକେଇ ବିଷୟରେ ତ ଆପଣ ଅବଗତ ଥିବେ ନିଶ୍ଚିତ। ପୂର୍ବରୁ କେବଳ ବ୍ୟାଙ୍କ ଦ୍ୱାରା ହିଁ ଟଙ୍କା ଦେଣ-ନେଣ ହେଉଥିଲା କିନ୍ତୁ ବର୍ତ୍ତମାନ UPI,ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ୱାଲେଟ୍ ଭଳି ସୁବିଧା ଉପଲବ୍ଧ ହୋଇଯାଇଛି ଯାହା ଦ୍ୱାରା ଘରେ ବସି ଟଙ୍କା ଟ୍ରାନ୍ସଫର ହୋଇପାରୁଛି। କିନ୍ତୁ, ଏହା ଦ୍ୱାରା ଅନଲାଇନ ଠକେଇର ମାତ୍ରା ମଧ୍ୟ ବଢିଯାଇଛି। ତେବେ, UPI ଦ୍ୱାରା ଟଙ୍କା ଟ୍ରାନ୍ସଫର କରିବା ବେଳେ ସାମାନ୍ୟ ଭୁଲ ହୋଇଗଲେ ଟଙ୍କା ଆଉ କାହା ଆକାଉଣ୍ଟକୁ ଚାଲିଯାଇଥାଏ। ଏପରି ହେଲେ ଆପଣ ଏହି ଟଙ୍କା କିପରି ଫେରି ପାଇ ପାରିବେ ତାହା ଜାଣନ୍ତି କି?

Money transfer

ଯଦି ଭୁଲରେ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି, ତେବେ ଟଙ୍କା ଫେରସ୍ତ ପାଇବା ପାଇଁ ତୁରନ୍ତ ଆପଣଙ୍କ ବ୍ୟାଙ୍କ ସଖାକୁ ଯାଇ ସମ୍ପର୍କ କରନ୍ତୁ ଏବଂ ଏକ ଅଭିଯୋଗ ଦାଖଲ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ବ୍ୟାଙ୍କ ସେହି ବ୍ୟକ୍ତିଙ୍କ ବ୍ୟାଙ୍କକୁ ଉକ୍ତ ଆକାଉଣ୍ଟରେ ଟଙ୍କା ଭୁଲଭାବରେ ଟ୍ରାନ୍ସଫର ହୋଇଛି ବୋଲି ଜଣାଇବ। ଏହାପରେ ଭୁଲଭାବରେ ଟ୍ରାନ୍ସଫର ହୋଇଥିବା ଟଙ୍କା ଫେରସ୍ତ କରିବା ପାଇଁ ବ୍ୟାଙ୍କ ସେହି ବ୍ୟକ୍ତିଙ୍କୁ ଅନୁମତି ମାଗିବ। ଯଦି, ଅନୁମତି ମିଳିଯାଏ ତେବେ ଆପଣଙ୍କ ଟଙ୍କା କିଛି ଦିନ ଭିତରେ ଆପଣଙ୍କ ଆକାଉଣ୍ଟ କୁ ଫେରିଆସିବ।

RBI

ବ୍ୟାଙ୍କିଙ୍ଗ ସୁବିଧାକୁ ସହଜ କରିବା ପାଇଁ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରାଯାଇଛି। ତେଣୁ ଏପରି ମାମଲାରେ କେଉଁ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର ହୋଇଛି ତାହା ବିଷୟରେ ବ୍ୟାଙ୍କ ଖୁବଶୀଘ୍ର ଅବଗତ ହୋଇ ଏହାର ତଦନ୍ତ ଆରମ୍ଭ କରିଥାଏ। ଏଥିସହିତ ଯଦି ଟଙ୍କା ଭୁଲଭାବରେ ଟ୍ରାନ୍ସଫର ହୋଇଛି ଏବଂ ବ୍ୟକ୍ତିଜଣକ ଏହାକୁ ଫେରେଇବାକୁ ମନା କରୁଛନ୍ତି, ତେବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କରାଯାଇପାରିବ ବୋଲି ନିୟମ ରହିଛି। ତେବେ ଟଙ୍କା ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିଲେ ବ୍ୟାଙ୍କକୁ ଯଥାଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ ପଡ଼ିଥାଏ କାରଣ ଭୁଲ ଆକାଉଣ୍ଟରୁ ସଠିକ୍ ଟଙ୍କାକୁ ଫେରସ୍ତ ପାଇବା ପାଇଁ କେବଳ ବ୍ୟାଙ୍କ ହିଁ ଦାୟୀ ରହିଥାଏ।

From around the web