ଏହିପରି ଭାବେ ବାଗେଶ୍ୱର୍ ଧାମ୍ ବାବା ଖେଳନ୍ତି ଲୋକଙ୍କ ବିଶ୍ୱାସ ସହିତ! ଜାଣନ୍ତୁ କିପରି

 
Bageswar
ବାଗେଶ୍ଵର ଧାମ ବାବା ଔରଫ ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କୁ ତ ଆପଣ ସମସ୍ତେ ନିଶ୍ଚିତ ଜାଣିଥିବେ । କାରଣ ତାଙ୍କର ଭିଡିଓ ଗୁଡ଼ିକରେ ସେଲିବ୍ରେଟି ମାନଙ୍କ ଭିଡିଓ ଗୁଡ଼ିକ ଠାରୁ ବି ଅଧିକ ଭିଉ ଦେଖିବାକୁ ମିଳେ । ଏବଂ ସେହି ଭିଉ ବଢ଼ାଉଥିବା ଲୋକ ମାନେ ହିଁ ହେଉଛେ ଆମେମାନେ । 

Baba bageshwar

କୁହାଯାଏ ବିଶ୍ୱାସ ମିଳନ୍ତି ହରି ତର୍କ ବହୁ ଦୂର । ଅର୍ଥାତ୍ ଆପଣ ବିଶ୍ଵାସରେ ଯାହାକୁ ବି ନିଜର ଭଗବାନ୍ ବୋଲି ଭାବିବେ ତେବେ ଆପଣଙ୍କୁ ନିଶ୍ଚିତ ଫଳ ପ୍ରାପ୍ତି ହେବ । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ବିଶ୍ଵାସର ଅର୍ଥ ନୁହେଁ ଅନ୍ଧ ବିଶ୍ବାସ । ବିଶ୍ଵାସର ବି ଏକ ନିର୍ଦ୍ଧିଷ୍ଟ ମାପ କାଠି ରହିଛି । ବିଶ୍ୱାସ କରିବା ପୂର୍ବରୁ ଅନ୍ତତଃ ଶିକ୍ଷିତ ଓ ବିଜ୍ଞାନ ସମାଜର ମଣିଷ ହିସାବରେ ଆମକୁ ଥର ଟିଏ ଭାବିବା ଦରକାର ।

Follow our WhatsApp channel and get all the latest news 

WhatsApp Channel (Join Now) Join Now

ସମସ୍ତ କଥାର ଉଚିତ୍ ବିଶ୍ଳେଷଣ ପରେ ହିଁ ବିଶ୍ୱାସ କରିବା ଉଚିତ୍ । ତେବେ ଯଦି ବାଗେଶ୍ଵର ଧାମ ବାବାଙ୍କ କଥା କୁହାଯାଏ ସେ ଏପରି ଏକ ବାବା ଯେ କୁହନ୍ତି ତାଙ୍କର କୁଆଡେ ହନୁମାନଙ୍କ ସହିତ ଡାଇରେକ୍ଟ ଲିଙ୍କ ରହିଛି । ସେ ଡେଲି ଡେଲି ହନୁମାନଙ୍କ ସହିତ କଥା ବାର୍ତ୍ତା କରନ୍ତି । ଏପରିକି ଯମଙ୍କ ସହିତ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି ବୋଲି ସେ କୁହନ୍ତି । 

Baba bageshwar

ଭାରତ ଭଳି ଏକ ଧର୍ମ ପରାୟଣ ହିନ୍ଦୁ ଦେଶରେ ଏପରି ବାବା ମାନଙ୍କର ଆବିର୍ଭାବ ହୁଏ ତ ସ୍ଵାଭାବିକ । କାରଣ ଆମେ ଯେତେ ମାତ୍ରାରେ ପାଶ୍ଚାତ୍ୟ ସଭ୍ୟତା ପ୍ରତି ଅଗ୍ରସର ହେଉଛେ ସେତେ ମାତ୍ରାରେ ନିଜ ସଂସ୍କୃତି , ଧର୍ମ ଓ ସଭ୍ୟତାକୁ ବୁଝିବାରେ ପଛୁଆ ରହିଛେ । ଯାହାର ଫାଇଦା ଉଠାନ୍ତି ଏହି ଭଣ୍ଡ ବାବା ମାନେ ।