ଦେଖନ୍ତୁ ଭିଡ଼ିଓ: ସଂସ୍କାରି ଚୋରର କଳା କାରନାମା, ଭଗବାନଙ୍କୁ ପ୍ରଣାମ କରି ଲୁଟିନେଇଗଲା ଦାନବାକ୍ସ ଆଉ ତାପରେ...

 
Chora

କଥାରେ ଅଛି ମଣିଷ ପରିସ୍ଥିତିର ବଶବର୍ତ୍ତୀ ହୋଇ ଚୋରି ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ କରିବାକୁ ଆରମ୍ଭ କରିଥାଏ କିନ୍ତୁ କାରଣ ଯାହା ହେଉ ନା କାହିଁକି ପରିଶେଷରେ ଏଥିପାଇଁ ମଣିଷକୁ ଦଣ୍ଡ ମଧ୍ୟ ଭୋଗିବାକୁ ହୋଇଥାଏ। ତେବେ, ସୋସିଆଲ ମିଡିଆରେ ଏକ ରୋଚକ ଭିଡ଼ିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଚୋର ଭଗବାନଙ୍କ ନିକଟରେ ପାର୍ଥନା କରିବା ପରେ ସେଠାରୁ ଦାନବାକ୍ସ ଚୋରି କରୁଥିବା ଦେଖିବାକୁ ମିଳୁଛି।

ନଭେମ୍ବର ୯ ତାରିଖ ରାତିରେ ଖୋପାଟ ଅଞ୍ଚଳରେ ଥିବା ପ୍ରଭୁ ହନୁମାନଙ୍କ ମନ୍ଦିରରେ ଏହି ଚୋରି ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ ରେକର୍ଡ଼ ହୋଇଯାଇଥିଲା। ଭାଇରାଲ ହେଉଥିବା ଭିଡ଼ିଓରେ ପ୍ରଥମେ ଚୋରଟି ତାଲା ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳୁଛି। ପରେ ସେ ଭଗବାନଙ୍କ ପାଦ ଛୁଇଁ ପ୍ରଣାମ କରିବା ପରେ ଦାନବାକ୍ସ ନେଇ ସେଠାରୁ ଛୁ ମାରୁଛି। ମିଳିଥିବା ସୂଚନା ଅନୁଯାଇ ପୋଲିସ ଘଟଣାର ତଦନ୍ତ କରିବା ସହ ଚୋରଟିକୁ ଗିରଫ କରିବାରେ ସଫଳ ହୋଇଛି।