ଏହି ମହିଳାମାନଙ୍କ ପାଇଁ ଆସିଲା ଖୁସି ଖବର! ସୁଭଦ୍ରା ଯୋଜନାରେ ୫ ହଜ଼ାର ନୁହେଁ ବରଂ ପାଇବେ ୧୦ ହଜ଼ାର ଟଙ୍କା….

 
Subhadra

ଆଜି ମହିଳାମାନଙ୍କ ମନରେ ଖୁସି କହିଲେ ନ ସରେ। କାରଣ, ଆଜି ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରେ ସେମାନଙ୍କୁ ମିଳିବାକୁ ଯାଉଛି ୫୦୦୦ ଟଙ୍କା। ମହିଳା ଦିବସ ଅବସରରେ ସରକାର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି।

ତେବେ ସବୁଠାରୁ ବଡ଼ କଥା ହେଉଛି କିଛି ମହିଳା ୧୦,୦୦୦ ଟଙ୍କା ମଧ୍ୟ ପାଇବାକୁ ଯାଉଛନ୍ତି। ଦ୍ଵିତୀୟ କିସ୍ତିରେ ସୁଭଦ୍ରା ଯୋଜନା ଟଙ୍କା ଆସିବାକୁ ନେଇ ମହିଳାମାନଙ୍କ ଠାରେ ଖୁସିର ଲହରୀ ଖେଳି ଯାଇଛି।

ଏହାରି ମଧ୍ୟରେ ଅନେକେ ଅଧିକ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି। କାରଣ ସେମାନଙ୍କ ଆକାଉଣ୍ଟକୁ ୫ ହଜ଼ାର ନୁହେଁ ବରଂ ୧୦ ହଜ଼ାର ଟଙ୍କା ଆସିବାକୁ ଯାଉଛି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ହେଁ କଥାଟି ସତ ଅଟେ।

Yojna

ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହିତ ଟଙ୍କା ଦେବାକୁ ସରକାର ଲକ୍ଷ୍ୟ ରଖିଥିଲେ। ଯେପରି ଜଣେ ହେଲେ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ବାଦ୍ ନ ପଡନ୍ତି ସେଥିନେଇ ଖାସ୍ ଧ୍ୟାନ ରଖିବାକୁ ନିର୍ଦ୍ଧେଶ ଦିଯାଇଥିଲା। ପ୍ରକୃତରେ ସୁଭଦ୍ରା ଯୋଜନାରେ ଏଯାବତ୍ ପଞ୍ଜିକୃତ କିଛି ମାହିଲଙ୍କୁ ଟଙ୍କା ମିଳିନାହିଁ। 

Subhadra

ପଞ୍ଚମ ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ମିଳିବ ବୋଲି ଆଶା କରାଯାଉଥିଲା। ଯଦି କୌଣସି ତ୍ରୁଟି ବଶତଃ ଟଙ୍କା ମିଳିନଥାଏ ତେବେ ଦ୍ଵିତୀୟ କିସ୍ତିରେ ସେମାନଙ୍କୁ ଏକକାଳୀନ ୧୦ ହଜ଼ାର ଟଙ୍କା ମିଳିବ।

ଏପରିକି ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଅପ୍ଲାଇ କରିନାହାଁନ୍ତି। ସେମାନେ ମାର୍ଚ୍ଚ ମାସ ପରେ ଅପ୍ଲାଇ କରିଲେ ଏକକାଳୀନ ୧୦ ହଜ଼ାର ଟଙ୍କା ପାଇପାରିବେ।