ଥିଲେ ପୁଅ ହେଲେ ମୃତ୍ୟୁ ପରେ କେମିତି ହେଲେ ଝିଅ, ଏହାକୁ ଦେଖି ଦ୍ୱନ୍ଦ୍ୱରେ ପଡିଗଲା ପୋଲିସ, ଜାଣନ୍ତୁ ପୁରା ଖବର

 
Pua jhia
ପୁଅ ଥିଲେ , ମୃତ୍ୟୁ ପରେ କେମିତି ଝିଅ ହୋଇଗଲେ ? ଏହି ଘଟଣାକୁ ନେଇ ଏବେ ସମ୍ପୂର୍ଣ ଆଚମ୍ବିତ ଅଛନ୍ତି ଗ୍ରାମ ବାସୀ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଳିଆ ଗ୍ରାମରେ । ସ୍ବର୍ଗତ କମଳାକାନ୍ତ ମହନ୍ତଙ୍କ ପୁତ୍ର କେଶବ ମହନ୍ତ , ବୟସ ପାଖା ପାଖି ୪୦ । କେଶବ ବିବାହିତ ଅଟନ୍ତି । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ରହିଛି । 

କ

ବର୍ତ୍ତମାନ କେଶବଙ୍କ ମୃତୁ ଖବର ଭାଲିଆ ଗ୍ରାମରେ ଏକ ଆତଙ୍କ ସୃଷ୍ଟି କରିଛି । ଗାଆଁ ଲୋକ ମାନେ ଗତ କାଲି ଜଙ୍ଗଲକୁ ଯିବା ସମୟରେ ମହୁଲ ଗଛ ପାଖରେ ଏକ ଶବ ପଡ଼ି ଥିବାର ଦେଖିଲେ । ଯାହା ପରେ ସେମାନେ ତୁରନ୍ତ ଏ ନେଇ ପୋଲିସ କୁ ଜଣାଇ ଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ଶବର ଚିହ୍ନଟ ହୋଇଥିଲା । କେଶବଙ୍କ ପରିବାର ଲୋକେ ଶବଟି କେଶବ ଙ୍କର ବୋଲି ମଧ୍ୟ ଚିହ୍ନଟ କରିଥିଲେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା କେଶବ ଜଣେ ପୁରୁଷ ହୋଇଥିବା ବେଳେ କିନ୍ତୁ ତାଙ୍କ ମୃତ ଶରୀରରେ ସେ ପିନ୍ଧିଥିଲେ ଶାଢ଼ୀ , ଚୁଡ଼ି ଓ ଲଗାଇ ଥିଲେ ସିନ୍ଦୂର । ଏପରି ପ୍ରଥମ ଥର ଏକ ଆଚମ୍ବିତ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କେଶବଙ୍କ ଶବରେ ଏପରି ମହିଳାଙ୍କ ପୋଷାକ କାହିଁକି ? ଏହା ଆତ୍ମହତ୍ୟା ନା ଏକ ଷଡ଼ଯନ୍ତ୍ର ଜନିତ ହତ୍ୟା ! 

ତେବେ ଯଦି ଏହା ଆତ୍ମହତ୍ୟା ତେବେ କେଶବ ଏଭଳି ପୋଷାକ ପିନ୍ଧି ଆତ୍ମହତ୍ୟା କାହିଁକି କଲେ ? ଆଉ ଯଦି ଏ ହତ୍ୟା ତେବେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କେଶବଙ୍କୁ ବୋହୂ ବେଶରେ ସଜାଇ ହତ୍ୟା କରିଛି ? ଏ ନେଇ ଗ୍ରାମ ବାସୀଙ୍କ ସମେତ କେଶବଙ୍କ ପରିବାର ଲୋକ ମଧ୍ୟ ନ୍ୟାୟ ମାଗିଛନ୍ତି । ସମସ୍ତଙ୍କର ଦାବି ଏହା ରହିଛି ଏହା ହତ୍ୟା ଅଟେ ଏବଂ ହତ୍ୟାକାରୀକୁ ସର୍ବ ସମ୍ମୁଖକୁ ଅଣାଯାଉ ।