ଆଗକୁ ମାଡିଆସୁଛି ଭୟାନକ ବିପର୍ଯ୍ୟୟ! ସମୁଦ୍ର ବେଳାଭୂମିରେ ଦେଖାଦେଲା ପ୍ରଳୟର ମାଛ

 
Fish

ମେକ୍ସିକୋ ବେଳାଭୂମିରେ ନଜର ଆସିଛି ବିରଳ ମାଛ। ଓରଫିସ୍ ନାମରେ ମଧ୍ୟ ଏହା ଜଣାଶୁଣା। ମାଛଟି ଦେଖିବାକୁ ସର୍ଫବୋର୍ଡ ପରି ଲମ୍ବା। ୨୦୨୫ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଓରଫିସ୍। ତେବେ ଗତବର୍ଷ କାଲିଫର୍ନିଆରେ ଓରଫିସ୍ ଦେଖାଯାଇଥିଲା। ଯାହାର କିଛି ସପ୍ତାହ ପରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆଉ ଛାରଖାର ହୋଇଯାଇଥିଲା କାର୍ଲିଫନିଆ। ତେବେ କଣ ରହିଛି ଏହି ଓରଫିସ୍ର ରହସ୍ୟ ? 

ଯେବେ ବି ଏ ମାଛ ଉପରକୁ ଆସିଛି ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମାଛ ବଡ ସୁନାମୀର ସଙ୍କେତ ଦେଇଥାଏ। କିନ୍ତୁ ବୈଜ୍ଞାନିକମାନେ ଏହାକୁ ଏଡାଇଛନ୍ତି। ୨୦୧୧ରେ ଦେଖିବାକୁ ମିଳିଥିଲା ଏହାର ପ୍ରମାଣ।  ଜାପାନରେ ସେହିବର୍ଷ ଆସିଥିଲା ୯.୧ ତୀବ୍ରତାର ଭୂକମ୍ପ  ଏବଂ ଏହାର ପ୍ରଭାବରେ ୧୩୩ ଫୁଟ ଉଚ୍ଚର ବିନାଶକାରୀ ସୁନାମୀ। ଏଥିରେ ୧୫ ହଜାରରୁ ଅଧିକ ଲୋକଙ୍କର ହୋଇଥିଲା ମୃତ୍ୟୁ।  

Fish

ତେବେ ଏହି ଘଟଣାର କିଛି ବର୍ଷ ପୂର୍ବରୁ ସମୁଦ୍ରତଟରେ ମରିପଡିଥିଲେ ୨୦ ଓରଫିସ୍। ଏହାବ୍ୟତୀତ ୨୦୨୪ ନଭେମ୍ବରରେ କାର୍ଲିଫୋନିଆ ସମୁଦ୍ର ତଟରେ ଏକ ମୃତ  ଓରଫିସ୍ ମିଳିଥିଲା। ଏହାର କିଛି ସପ୍ତାହ ପରେ ରାଜ୍ୟରେ ହୋଇଥିଲା ବଡ ଭୂକମ୍ପ ଏବଂ ସୁନମୀ। ଏହି କାରଣରୁ ପ୍ରଳୟ ଆସିଥିବା ନେଇ ବିଶ୍ବାସ କରନ୍ତି ଲୋକେ। ଓରଫିସ୍ ସାଧାରଣତଃ ସମୁଦ୍ରରେ ରହିଥାନ୍ତି। ଏମାନେ ସମୁଦ୍ରତଟକୁ ସେତେବେଳେ ଆସିଥାନ୍ତି ଯେତେବେଳେ କୌଣସି ବଡ ପ୍ରାକୃତିକ ବିପଦ ଆସିବାକୁ ଥାଏ। 

କୁହାଯାଏ କି ଏହି ମାଛ ଜାପାନ ଦ୍ବୀପର ତଳେ ରୁହନ୍ତି ଏବଂ ସମୁଦ୍ରତଟକୁ ଆସି ଭୂକମ୍ପ ପାଇଁ ସଚେତନ କରନ୍ତି। ଏହି ମାଛ ସାଧାରଣତଃ ୬୫୬ ଫୁଟରୁ ୩୨୮୦ ଫୁଟ ଗଭୀରତାରେ ମିଳିଥାନ୍ତି। ଓରଫିସ୍ ୩୬ ଫୁଟ ଯାଏଁ ଲମ୍ବା ହୋଇଥାନ୍ତି ଏବଂ ୪୪୧ ପାଉଣ୍ଡରୁ ଅଧିକ ଓଜନ ହୋଇଥାନ୍ତି। ଏମାନଙ୍କ ଚର୍ମରେ କୌଣସି କାତି ନଥାଏ। ଏହାର ସୂକ୍ଷ୍ମ ସ୍ତର ଗୁଆନିନ୍ ନାମକ ଏକ ପଦାର୍ଥରେ ଆଚ୍ଛାଦିତ ହୋଇଥାଏ।