​​​​ଜୁଲାଇ ୧ରୁ ଆଇନ ବ୍ୟବସ୍ଥାରେ ହୋଇଛି ଏକ ବଡ଼ ପରିବର୍ତ୍ତନ, ଏଣିକି ଏମିତି ହେବ ପୋଲିସ ଷ୍ଟେସନରେ FIR ରୁଜୁ

 
Police

ଦେଶରେ ପୋଲିସ ଆଇନ ବ୍ୟବସ୍ଥାରେ ଦେଖା ଦେଇଛି ଏକ ବଡ଼ ପରିବର୍ତ୍ତନ । ଯାହା ସାଧାରଣ ଜନତାଙ୍କ ଆଖିରେ ଆଇନ ବ୍ୟବସ୍ଥାକୁ ନେଇ ଥିବା ନାବାବିଧ ଅସୁବିଧାର ଅନ୍ତ ଘଟାଇବ । ଦେଶରେ ଜୁଲାଇ ୧ରୁ ଲାଗୁ ହୋଇଛି କେତେକ ନୂତନ ଆଇନ ବ୍ୟବସ୍ଥା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହି ଆଇନ୍......

Ay

ଆମ ଦେଶରେ ଅନେକ ସମୟରେ ନ୍ୟାୟ ମିଳିବା ତ ଦୂରର କଥା FIR ରୁଜୁ କରିବାକୁ ନେଇ ମଧ୍ୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । କେତେକ ପୋଲିସ ଷ୍ଟେସନରେ କିଛି ଦୁର୍ନୀତିଗ୍ରସ୍ତ ପୋଲିସ ମାନେ ଏହି ସମସ୍ୟାକୁ ଅଧିକ ଜଟିଳ ବନାଇ ଦିଅନ୍ତି । 

ଯାହା ଫଳରେ ଅନେକ ସମୟରେ ଲୋକେ ପୋଲିସ ଷ୍ଟେସନ ଝାମଲାରେ ପଡ଼ିବାକୁ ଚାହିଁ ନଥାନ୍ତି । ଯାହାକୁ ଆଖି ଆଗରେ ରଖି ଦୁଇଟି ବ୍ୟବସ୍ଥା କରା ଯାଇଛି ।

E-FIR :

ଅର୍ଥାତ୍ ଆପଣ ଯେଉଁ ସମୟରେ ବି ଅନଲାଇନରେ FIR ପଞ୍ଜିକରଣ କରି ପାରିବେ । ଯାହାକୁ ପୋଲିସ ୨ ରୁ ୩ ଦିନ ମଧ୍ୟରେ ତଦନ୍ତ ଆରମ୍ଭ କରିବେ । ତେବେ FIR ପଞ୍ଜିକରଣ ଠାରୁ ଆରମ୍ଭ କରି କୋର୍ଟ କାର୍ଯ୍ଯ ପର୍ଯ୍ୟନ୍ତ ସମସ୍ତ ଅନଲାଇନରେ ହେବ ।

ଜିରୋ FIR :

ଜିରୋ FIRର ଅର୍ଥ ହେଉଛି ଦେଶର ଯେ କୌଣସି ଥାନାରେ FIR ରୁଜୁ କରି ପାରିବେ । କୌଣସି ଥାନା ଆପଣଙ୍କୁ ଏହା କହି ମନା କରି ପାରିବେ ନାହିଁ କି ଏହା ଆପଣଙ୍କ ଥାନା ଅନ୍ତର୍ଭୁକ୍ତ ନୁହେଁ ବୋଲି । ସମସ୍ତ ଥାନା ଆପଣଙ୍କ FIR ଗ୍ରହଣ କରିବେ ।