ପ୍ରେମ କରି ବିବାହ କରିଥିଲେ, ମାତ୍ର ପରେ ସ୍ତ୍ରୀ ର ଏହି ସତ ଜାଣି ଯୁବକ ହୋଇଗଲେ ଆଶ୍ଚର୍ଯ୍ୟ

 
swami stri

ଇଣ୍ଟରନେଟରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ଦୁହିଁଙ୍କର ଦୁହିଁଙ୍କ ପ୍ରତି ଆକର୍ଷଣ । କିଛି ଦିନର କଥା ବାର୍ତ୍ତା ପରେ ଦୁହେଁ ଦୁହିଁଙ୍କୁ ଭେଟି ଥିଲେ । କିଛି ଦିନର ମିଳା ମିଶା ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଦେଇଥିଲେ ବିବାହ ପ୍ରସ୍ତାବ ।

 Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ସେଥିରେ ଯୁବତୀ ଜଣଙ୍କ ରାଜି ମଧ୍ୟ ହୋଇଥିଲେ । ଧୁମ୍ ଧାମରେ ଦୁହେଁ ଦୁହିଁଙ୍କୁ ବାହା ମଧ୍ୟ ହେଲେ । ହେଲେ ଆପଣ ଭାବୁଥିବେ ଏଥିରେ କଣ ଅଛି , ଏହା ତ ଆଜି କାଲିର ସାଧାରଣ କଥା । ହଁ , ଏହା ସତ ଯେ ଏହା ଏକ ସାଧାରଣ ଘଟଣା ।

E

ହେଲେ ଯୁବକ ଜଣକଙ୍କ ସହିତ ବାହାଘର ପରେ ଯାହା ଘଟିଲା ତାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିବାହ ପର୍ଯ୍ୟନ୍ତ ତ ସବୁ ଠିକ୍ ଥିଲା ମାତ୍ର ବିବାହ ପରେ ଯେଉଁ ସତ ସାମ୍ନାକୁ ଆସିଲା ତାହା ଯୁବକଙ୍କୁ ମର୍ମାହତ କରିଥିଲା ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ସେଠାକାର ଜଣେ ୨୦ ବର୍ଷୀୟ ବ୍ୟବସାୟୀ ଇଣ୍ଟରନେଟରୁ ଜଣେ ଯୁବତୀଙ୍କୁ ଭେଟି ତାଙ୍କ ସହ ବିବାହ କରିଥିଲେ । ହେଲେ ପରେ ଜାଣିବାକୁ ପାଇଲ ଯେ ସେ ଯୁବତୀ ଜଣଙ୍କ ଏକ ଯୁବକ ଅଟନ୍ତି । ଯାହା ପରେ ସେ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।