ଆନିମଲ୍ ଫିଲ୍ମରେ ରଣବୀର ସହ ତୃପ୍ତିଙ୍କ ଏହି ବୋଲ୍ଡ ସିନ୍ ପାଇଁ ରାଗିଲେ ବାପା-ମା, ଝିଅକୁ ରୋକଠୋକ୍ ଶୁଣେଇଦେଲେ ଏପରି

 
Animal movie scenes

ଆନିମଲ୍ ଫିଲ୍ମର ବୋଲ୍ଡ ସିନ୍ କୁ ନେଇ ଭାଙ୍ଗିବାକୁ ବସିଲାଣି ଅଭିନେତ୍ରୀଙ୍କ ଘର । ଏହି ଫିଲ୍ମରେ ରଣବିର୍ ଓ ଅଭିନେତ୍ରୀ ତୃପ୍ତିଙ୍କ ମଧ୍ୟରେ ହେଉଥିବା ବୋଲ୍ଡ ସିନ୍ କୁ ନେଇ ଏବେ ଉଠୁଛି ପ୍ରଶ୍ନ । ଏପଟେ ଲୋକେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି ଏହି ସିନ୍ କୁ । ଫିଲ୍ମ ଆନିମଲ୍ ଏହାର ସଙ୍ଗୀତ ଓ ଅନ୍ୟାନ୍ୟ ସିନ୍ ପାଇଁ ବେଶ୍ ଚର୍ଚ୍ଚାରେ ରହିଛି । ଭଲ ଇନ୍ କମ୍ ମଧ୍ୟ କରିଛି ।

Ranveer tripti

ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଓ ଅଭିନେତା ମାନେ ବିଭିନ୍ ଫିଲ୍ମ ସୁଟିଂ ସମୟର ନିଜ ଅନୁଭୂତିକୁ ସେୟାର କରି ବେଶ୍ ଚର୍ଚ୍ଚାରେ ରହୁଛନ୍ତି ।ଏହି ସମୟରେ ଅଭିନେତ୍ରୀ ତୃପ୍ତିଙ୍କ କଥା ଏବେ ବେଶ୍ ଚର୍ଚ୍ଚାରେ ରହିଛି ।

ତୃପ୍ତି କହିଛନ୍ତି ଏହି ଫିଲ୍ମରେ ରଣବୀର୍ ଓ ତାଙ୍କର ଏଭଳି ଇଣ୍ଟିମେଣ୍ଟ ସିନ୍ କୁ ଦେଖୀ ତାଙ୍କ ବାପା ମା କିନ୍ତୁ ଏପରି ପ୍ରତିକ୍ରିୟା ଦେଇଥିଲେ । ତାଙ୍କ ବାପା ମା କହିଥିଲେ ଦୁନିଆରେ କେଉଁ ବି ବାପ ମା ନିଜ ପିଲାର ଏମିତି ସିନ୍ ଦେଖିବାକୁ ପସନ୍ଦ କରିବେ ନାହିଁ । ଆମେ କେବେ ଭାବି ନ ଥିଲୁ ତୁ ଏମିତି ସିନ୍ ଫିଲ୍ମରେ କରିବୁ ବୋଲି ।

Animal movie scenes

ତୃପ୍ତି ଏହାର ଉତ୍ତରରେ କିଛି ଏପରି କହିଥିଲେ ନିଜ ବାପା ମାଙ୍କୁ । ସେ କହିଥିଲେ ମୋତେ ବୁଝିବାକୁ ଚେଷ୍ଟା କର । ମୁଁ ଜଣେ ଅଭିନେତ୍ରୀ । ସବୁ ପ୍ରକାର ସିନ୍ କୁ ବାସ୍ତବ ଭାବେ ଦେଖାଇବା ମୋର କାମ । ମୁଁ କିଛି ଭୁଲ୍ କରି ନାହିଁ କି କରୁ ନାହିଁ । ଏହା ମୋର କାମ । ଯେ ପର୍ଯ୍ୟନ୍ତ ମୁଁ ସୁରକ୍ଷିତ ମନେ କରୁଛି ସେପର୍ଯ୍ୟନ୍ତ ମୁଁ କାମ କରିବି । ସେ ଯାହା ହେଉ ନା କାହିଁକି ।