ବୃଦ୍ଧ ଲୋକ ଖରା ରେ ବୁଲି କାନ୍ଦି କାନ୍ଦି ବିକୁଛନ୍ତି ଲଡୁ, ଏହି ହୃଦୟ ବିଦାରକ ଦୃଶ୍ୟ କରିଦେବ ବିଚଳିତ

 
45 years old man

ପରିଣତ ବୟସର ଦୁଃଖ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ! ମୁଣ୍ଡରେ ଲଡୁ ଟୋକେଇ , ପେଟରେ ଭୋକ, ଆଖିରେ ଲୁହ ଆଉ ମନରେ ଅନେକ ଦୁଃଖକୁ ନେଇ ରାଜଧାନୀ ଦିଲ୍ଲୀରେ ଲଡୁ ବିକ୍ରି କରୁଛନ୍ତି ବୃଦ୍ଧ ଜଣଙ୍କ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଜିକାଲିର ଚାକ ଚକ୍ୟ ଜୀବନରେ କିଏ ବା କାହିଁକି ତାଙ୍କ ଠାରୁ ଲଡୁ କିଣିବାକୁ ଯିବ । ଏତେ ବଡ଼ ଖରାରେ ବୁଲି ବୁଲି ରାତି ହେଇ ଯାଉଛି ସିନା କିନ୍ତୁ ତାଙ୍କୁ ଗ୍ରାହକଟିଏ ମିଳୁ ନାହିଁ । 

45 वर्षे डोक्यावर भलंमोठं पातेलं घेऊन फिरतायेत 75 वर्षांचे आजोबा, कारण...;  VIDEO पाहूनच रडू कोसळेल – News18 मराठी

ପେଟର ଭୋକ ସହିତ ଏ ଅସହ୍ୟ ତାତି ପୁଣି ଦାଉ ସାଜୁଛି ତାଙ୍କ ଉପରେ । ଏପରି ଏକ ଭିଡିଓ ଜଣେ ୟୁଟ୍ୟୁବର୍ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । 

ବୃଦ୍ଧ ଜଣଙ୍କୁ ଦେଖି ସେ ତାଙ୍କ ପାଖକୁ ଯାଇଥିଲେ । ତାଙ୍କ ସହ କଥା ହେବା ସମୟରେ ବୃଦ୍ଧ ଜଣଙ୍କ ନିଜ ଦୁଃଖ ସମ୍ଭାଳି ନ ପାରି ତାଙ୍କ ପାଖରେ କାନ୍ଦି ପକାଇଥିଲେ । ତାଙ୍କ ଦୁଃଖ କଥା ସବୁ ସମସ୍ତଙ୍କୁ ଜଣାଇଥିଲେ । ହେଲେ ଏତେ ପରେ ବି ସେ ପରିଶ୍ରମ କରି ପେଟ ପୋଷିବାର ସାହସ ରଖିଛନ୍ତି ।