ଦେଖନ୍ତୁ ଭିଡିଓ: ଅଚାନକ ଫାଟିଲା ବସ୍ ଚକା, ଉପରକୁ ଉଡି ତଳେ କଚାଡି ପଡ଼ି ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଦୁଃଖ ଦାୟକ ଏହି ଦୃଶ୍ୟ
ମୃତ ଡ୍ରାଇଭର ବୋଡୁରାମ ଜଟ ବୋଲି ଜଣାପଡିଛି। ବୟସ ୫୦ ବର୍ଷ । 'NDTV' ରିପୋର୍ଟ ଅନୁଯାୟୀ ମୃତକଙ୍କ ସାନଭାଇ କହିଛନ୍ତି ଯେ ସୋମବାର ଦିନ ବୋଡୁ ରାମ ବସ୍ ଯୋଗେ ଚାଲିଯାଇଛନ୍ତି। ମଙ୍ଗଳବାର ସକାଳେ ବସ୍ର ଏକ ଟାୟାର ଖଣ୍ଡ ହୋଇଯାଇଥିଲା।
ଏଭଳି ପରିସ୍ଥିତିରେ ସେ ହୋଟେଲ ଆଗରେ ଅଟକି ଯାଇ ଟାୟାର ମରାମତି କରୁଥିଲେ। ଏହି ସମୟରେ ଟାୟାର ଫାଟିଗଲା ଏବଂ ସେଠାରେ ଠିଆ ହୋଇଥିବା ବୋଡୁରାମ ଦ୍ରୁତ ଗତି ରେ ଆକାଶ ଆଡ଼କୁ ଉଡି ଯାଇଥିଲେ ଉଡିଗଲା |
Follow our WhatsApp channel and get all the Latest news
ସୂଚନାନୁସାରେ, ଟାୟାର ଫାଟିବାର ଶବ୍ଦ ବହୁ ଦୂରରୁ ଶୁଣିବାକୁ ମିଳିଥିଲା। ଏହି ପୂରା ଘଟଣା ନିକଟରେ ସ୍ଥାପିତ ଏକ ସିସିଟିଭିରେ କଏଦ ହୋଇଥିଲା | ୧ ମିନିଟ ୪୦ ସେକେଣ୍ଡ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଆପଣ ପୁରା ଘଟଣା ଟିକୁ ଦେଖିପାରିବେ।
#Watch: राजस्थान के अजमेर में एक हैरान कर देने वाली घटना हुई। यहां एक बस का टायर फट गया जिसके बाद ड्राइवर हवा में उछल गया। कई फीट ऊपर जाकर नीचे गिरने से उसकी मौत हो गई।#Rajasthan #Ajmer pic.twitter.com/pslpx5BZYs
— Hindustan (@Live_Hindustan) February 21, 2024
ସୂଚନାନୁସାରେ, ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ଡ୍ରାଇଭରଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା, ଯାହା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ନିକଟସ୍ଥ ଲୋକମାନେ ଭୟଭୀତ ହୋଇଯାଇଥିଲେ।