​​​ବିନା ନିମନ୍ତ୍ରଣରେ ଅମ୍ବାନୀ ବାହାଘରରେ ପହଞ୍ଚିଲେ ଦୁଇ ବ୍ୟକ୍ତି, ଆଉ ତା ପରେ ଯାହା ହେଲା ଜାଣନ୍ତୁ

 
Ambani marriage

ଦୀର୍ଘ ପାଞ୍ଚ ମାସର ପ୍ରି ୱେଡିଂ ପରେ ସରିଯାଇଛି ବାହାଘର । ବାହାଘରର ଆୟୋଜନ ଦେଖି ଲାଗୁଥିଲା ଯେମିତି ବିଶ୍ବରେ ଏଭଳି ବାହାଘର ଆଗରୁ କେବେ ହୋଇ ନାହିଁ । ସବୁଠାରେ ଏବେ ଗୋଟିଏ ଚର୍ଚ୍ଚା । ତାହା ହେଉଛି ଅନନ୍ତ ଏବଂ ରାଧିକାଙ୍କ ବିବାହ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଦୁହିଁଙ୍କ ବିଭାଘର ଗତ ୧୨ ତାରିଖରେ ସମ୍ପୂର୍ଣ୍ଣ ହୋଇଛି । ଏହି ବିବାହ ଉତ୍ସବରେ ଦେଶ ବିଦେଶର ସମସ୍ତ ନାମିଦାମୀ ବ୍ୟକ୍ତି ଯୋଗ ଦେଇଥିଲେ । ଅଭିନେତା, କ୍ରିକେଟର, ସିଙ୍ଗରଙ୍କ ଠାରୁ ଆରମ୍ଭ କରି ବିଦେଶର ମଧ୍ୟ ସମସ୍ତ ନାମିଦାମୀ ବିଜନେସ ମ୍ୟାନ ଙ୍କ ଠାରୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ଏହି ଉତ୍ସବରେ ଯୋଗ ଦେଇଥିଲେ ।

Ay

ବିବାହ ପରେ ୧୩ ତାରିଖରେ ଦୁହିଁଙ୍କର ଶୁଭ ଆଶୀର୍ବାଦ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ଶୁଭ ଆଶୀର୍ବାଦରେ କିଛି ଏଭଳି ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଘଟଣା ଅନୁସାରେ, ଦୁଇ ଜଣ ବ୍ୟକ୍ତି ବିନା ନିମନ୍ତ୍ରଣରେ ଅନନ୍ତ ଏବଂ ରାଧିକାଙ୍କ ଶୁଭ ଆଶୀର୍ବାଦରେ ଯୋଗ ଦେଇଥିଲେ । ପରେ ଜଣା ପଡ଼ିବାରୁ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ।

ସୂଚନା ଅନୁସାରେ,ଜଣଙ୍କର ନାମ ନର୍ସୈୟା ଅଲ୍ଲୁରି ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ମହମ୍ମଦ ସଫି ଶେଖ୍ । ନର୍ସୈୟା ୨୬ ବର୍ଷର ଏକ ୟୁଟୁବର୍ ହୋଇଥିବା ବେଳେ ମହମ୍ମଦ ୨୮ ବର୍ଷର ଏକ ବ୍ୟବସାୟୀ ଅଟନ୍ତି ।