ବଦଳିଲା ବାହାଘର ନିୟମ ଏଣିକି ସାତ ଫେରା ନନେଲେ ଅସଂପୂର୍ଣ୍ଣ ବାହାଘର, ଜାଣନ୍ତୁ ପୁରା ଖବର

 
Marriage

ହିନ୍ଦୁ ବିବାହକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଛି। ବିବାହ କରିବାକୁ କିପରି ହେବା ଆବଶ୍ୟକ ଏବଂ କେଉଁ ପ୍ରକାରର ବିବାହ ଆଇନ୍ ସମ୍ମତ ଏ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥିବା ବେଳେ ଏଥି ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛି। ଯାହା ଏବେ ଆଇନ୍ ଗତ ଭାବେ ହିନ୍ଦୁ ବିବାହର ପ୍ରକ୍ରିୟା କୁ ଉପସ୍ଥାପନ କରୁଛି।

ଘୁ

ଆହ୍ଲାବାଦ ହାଇକୋର୍ଟର କହିବା ଅନୁସାରେ ସାତ ଫେରା ଏବଂ ହିନ୍ଦୁ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ।

ସୂଚନା ଅନୁଯାୟୀ ୨୦୧୭ ରେ ଉତ୍ତରପ୍ରଦେଶ ର ମିର୍ଜାପୁରରେ ସ୍ମୃତି ସିଂହ ଏବଂ ସତ୍ୟମ୍ ସିଂହ ବିବାହ କରିଥିଲେ। କିଛି ଦିନର ରହଣି ପରେ ଦୁହିଁଙ୍କ ମଧ୍ୟରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଯାହା ପରେ ସ୍ମୃତି ଶାଶୁ ଘର ଛାଡ଼ି ଚାଲିଯିବା ସହିତ ନିଜ ଶାଶୁ ଘର ବିରୋଧରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସ୍ମୃତିଙ୍କ ସ୍ଵାମୀ ଓ ତାଙ୍କ ଶାଶୁ ଘର ପରିବାର ଲୋକଙ୍କ ଉପରେ ମାମଲା ରୁଜୁ କରିଥିଲେ।

ଏଥି ମଧ୍ୟରେ ସତ୍ୟମ୍ ଆଉ ଏକ ମାମଲା ନେଇ ଆହ୍ଲାବାଦ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସତ୍ୟମ୍ ଙ୍କ ଛାଡ଼ପତ୍ର ନ ଦେଇ ତାଙ୍କ ଠାରୁ ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ମାତ୍ର ନ୍ୟାୟାଳୟ ଏହି ବିବାଦକୁ ଖାରଜ କରି କହିଛନ୍ତି ଯେଉଁ ବିବାହରେ ଅଗ୍ନିକୁ ସାକ୍ଷୀ ରଖି ବର କନ୍ୟା ସାତ ଫେରା ନ ନେଇଛନ୍ତି ଏବଂ ଯେଉଁ ବିବାହରେ ସମ୍ପୂର୍ଣ ହିନ୍ଦୁ ନିୟମକୁ ଅନୁସରଣ କରା ଜାଇ ନାହିଁ ତାହାକୁ ଆଇନ୍ ଗତ ବିବାହର ସିକୃତି ମିଳିବ ନାହିଁ।