ଆଇସକ୍ରିମ ଖାଉଥିଲେ ସାବଧାନ, କୋନ୍ ଆଇସକ୍ରିମରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ଜାଣନ୍ତୁ ପୁରା ଘଟଣା
Jun 15, 2024, 22:39 IST
ଫୋନ୍ ରୁ ଫୋନ୍ ଘୁରି ବୁଲୁଛି ଫଟୋ । ଆଇସକ୍ରିମରୁ ବାହାରିଲା କଟା ଆଙ୍ଗୁଠି । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ମାତ୍ର କଥାଟି ସତ୍ୟ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
WhatsApp Channel (Join Now) Join Now
ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ମୁମ୍ବାଇର ମଲାଡ ଅଞ୍ଚଳର ଏକ ମହିଳା ଆଇସକ୍ରିମ ଖାଉଥିବା ବେଳେ ସେଥିରୁ ଏକ କଟା ଆଙ୍ଗୁଠି ବାହାରିଥିଲା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଡରି ଯାଇଥିଲେ ।
ସୂଚନା ଅନୁସାରେ , ମହିଳା ଜଣଙ୍କ ଅନଲାଇନ୍ ରୁ ଏକ କୋନ ଆଇସକ୍ରିମ ଅର୍ଡର କରିଥିଲେ । ସେ ପ୍ୟାକେଟ ଖୋଲି କିଛି ଖାଇବା ପରେ ସେଥିରୁ ଏକ କଟା ଆଙ୍ଗୁଠି ବାହାରିଥିଲା ।
ଯାହା ପରେ ମହିଳା ଜଣଙ୍କ ଡରି ଯାଇ ସେହି ଆଙ୍ଗୁଠିଟିକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ । ଏହା ପରେ ପୋଲିସ ଆଙ୍ଗୁଠିର ଯାଞ୍ଚ ପାଇଁ ଆଙ୍ଗୁଠିଟିକୁ ଫରେନ୍ସିକ ଡିପାର୍ଟମେଣ୍ଟକୁ ପଠାଇଛି ।